STORYMIRROR

Sunanda Mohanty

Classics Fantasy Children

4  

Sunanda Mohanty

Classics Fantasy Children

ବର୍ଷା ଗଜଲ

ବର୍ଷା ଗଜଲ

1 min
307


ବରଷା ପଡୁଛି ଟୋପି ଟୋପି

ବରଷା ପଡୁଛି ଝିପି ଝିପି

କୁଆପଥର ଖସୁଛି ଟିପି ଟିପି

କାଗଜ ଡ଼ଙ୍ଗା ଚାଲୁଛି ଥିରି ଥିରି

ବେଙ୍ଗୁଲି ରାଣୀ କହେ କାହାଣୀ

ବେଙ୍ଗ କହେ ରାଜା ତୁ ମୋ ରାଣୀ

ପରଜାପତି ଦଉନି ଧରା

ମୟୁର ଗାଉଛି ଗୀତ ଗଜଲ

ମୟୂରୀ ନାଚୁଛି ପିନ୍ଧି ଘୁଙ୍ଗୁର

ଚାତକୀ ଆଖିରେ ଲୁହ ଓ କୋହ

ବରଷାକୁ ଦେଖି ହୁଏ ସେ ଥୟ

ଚାତକିନୀ ସାଜି କେତକୀ ଫୁଲ

କହୁଛି ବରଷା ଆସିଲୁ ଭଲ

ଘାସ ଗାଲିଚାରେ ସାଧବବୋହୁ

ଆକାଶ ଉଆସେ ବରଷା ସାଜି ବୋହୁ

ଧରାକୁ ଆସିଛି ବର୍ଷା କରୁଛି ନାଚ

ସବୁଜିମା ଭରି ଦେଇଛି ଦେଖିବ ଆସ

ଭାଇ ଭଉଣୀ ଲେଖିବା ବରଷା ଜୀବନୀ

ପଢିବା ପାଠ ହେବା ସୁନା ଚାଟ

ବରଷା ଋତୁର ବର୍ଣ୍ଣନା ହାଟ

ମେଘ ସଵାରୀରେ ବର୍ଷା ଆସିଛି

ଘଡଘଡି ଚଡ଼ଚଡି ବାଜା ବାଜୁଛି

ବିଜୁଳି ରହି ରହି ଚମକି ପଡୁଛି

ଜେଜେମାଆ କୋଳେ ମୁନା ରହି

ନୃସିଂହ ନୃସିଂହ ଡାକ ଶିଖୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics