STORYMIRROR

Keshab Chandra Dash

Abstract Classics Fantasy

4  

Keshab Chandra Dash

Abstract Classics Fantasy

ହେ ଦେବୀ

ହେ ଦେବୀ

1 min
269

ସିଂହବାହିନୀ, ଜଗତ ଜନନୀ

ଜୟ ମାଗୋ ଦଶଭୁଜା

ମହିଷାମର୍ଦ୍ଧିନି ସଙ୍କଟ ତାରିଣୀ

ହେ ଦେବୀ

କରୁଅଛୁ ତତେ ପୂଜା।


ତୁମେ ମହାମାୟୀ ସଙ୍କଟ ତାରିଣୀ

ମାଗୋ ତୁହି ଆଦ୍ୟାଶକ୍ତି

ଚଣ୍ଡ ମୁଣ୍ଡ ନାଶିନୀ, ମାଗୋ ଭଦ୍ରକାଳୀ

ହେ ଦେବୀ

କରୁଅଛି ତତେ ଭକ୍ତି ।


ପ୍ରଥମରେ ତୁହି ଶୈଳପୁତ୍ରୀ ମାଗୋ

ଦ୍ଵିତିୟେ ବ୍ରହ୍ମ ଚାରିଣୀ

ତୃତୀୟେ ବିଖ୍ୟାତ ଚନ୍ଦ୍ରଘଣ୍ଟା ନାମେ

ହେ ଦେବୀ

ନମସ୍ତେ ମାଁ ପରଂବ୍ରହ୍ମ ନାରାୟଣୀ।


ଚତୁର୍ଥରେ କୁଷ୍ମଣ୍ଡା ଅଟୁ ମାଗୋ ତୁହି

ବନଦୂର୍ଗା ମାତଙ୍ଗି ଗୋ

 ତୁହି ମାହେଶ୍ୱରୀ 

ପଞ୍ଚମରେ ସ୍କନ୍ଧମାତା

ହେ ଦେବୀ

ଦୟା କର ଦୟାମୟୀ ଜଗତ ଈଶ୍ୱରୀ।


ଷଷ୍ଠରେ ତୁ ଅଟୁ କାତ୍ୟାୟନୀ

ସପ୍ତମେ ନାମେ କାଳରାତ୍ରି

ଅଷ୍ଟମରେ ମହାଗୌରୀ ମା ଲୋ

ହେ ଦେବୀ

ନବମରେ ପ୍ରଣାମ ଘେନ ସିଦ୍ଧିଦାତ୍ରୀ।


ବ୍ରହ୍ମସ୍ୱରୂପା ଅଭୟ ଦାୟିନୀ

ପରମ ବୈଷ୍ଣବୀ ମାଗୋ ଶକ୍ତି ସ୍ଵରୁପିଣୀ

ଦୁଷ୍ଟ ସଂହାରିଣୀ ନିଶୁମ୍ଭ ଶୁମ୍ଭ ହନନୀ 

ହେ ଦେବୀ

ସାହା ହୁଅ ହେ ବିଶ୍ବ ମୋହିନୀ ।


ଜୟନ୍ତୀ ମଙ୍ଗଳା କାଳୀ

ଭଦ୍ରକାଳୀ କପାଳିନୀ 

ଦୁର୍ଗା କ୍ଷମା ଶିବା ଧାତ୍ରୀ

ହେ ଦେବୀ

କଲ୍ୟାଣ କର ମାଁ କଲ୍ୟାଣୀ ।


ଭକ୍ତି ମୁକ୍ତି ପ୍ରଦାୟିନୀ

ଅନନ୍ତା ପରମେଶ୍ୱରୀ 

ଅନ୍ତରରୁ ଭକ୍ତି ପୁଷ୍ପ ଦେଇ ଅର୍ଘ୍ୟଥାଳି 

ହେ ଦେବୀ

ପୁର୍ଣ୍ଣ କର କାମନା ମାଁ ରାଜ ରାଜେଶ୍ୱରୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract