ଶୀଘ୍ର କର ପ୍ରଭୁ ବାହୁଡ଼ା ଯାତରା
ଶୀଘ୍ର କର ପ୍ରଭୁ ବାହୁଡ଼ା ଯାତରା
କହରେ କାଳିଆ କେତେଦିନ ଆଉ
ରହିବୁ ଗୁଣ୍ଡିଚା ଘରେ
ଭକ୍ତଜନ ଆମ୍ଭେ ଝୁରି ହେଉଅଛୁ
ଆଖି ପାଣି ଆଖି ମରେ ।
ଲଷ୍ମୀ ମାଆ ଆମ ରାଗେ ଗରଗର
ଭାଙ୍ଗି ଦେଲେଟି ତୋ ରଥ
ତଥାପି କାହିଁକି ନିର୍ଦୟ ହେଉଛୁ
ଆହେ ଜଗତର ନାଥ ।
ଆଉ କେତେଦିନ ରହିବୁ କାଳିଆ
ବଡ଼ ଦେଉଳକୁ ଛାଡି
ଲକ୍ଷ୍ମୀ ଠାକୁରାଣୀ ରୋଷ କରିଛନ୍ତି
ଶୋଇଛନ୍ତି ମୁହଁ ମାଡି ।
ଲାଗେ ଖାଲି ଖାଲି ତୁମ ଶ୍ରୀମନ୍ଦିର
ଭକ୍ତ ଡାକେ ଆକୁଳରେ
ଫେରି ଆସ ପ୍ରଭୁ ମାଗୁଣି କରୁଛୁ
ଲୁହାଭିଜା ନୟନରେ ।
ତୋ ଚକାଆଖି ରଥରେ ଦେଖିଲେ
ସବୁ କଟିଯିବ ପାପ
ଏ ଶରୀରୁ ପ୍ରାଣ ଛାଡି ଚାଲିଯାଉ
କରି ତୁମ ନାମ ଜପ ।
ଶୀଘ୍ର କର ପ୍ରଭୁ ବାହୁଡା ଯାତରା
ଦେଖିବି ବାମନ ବେଶ
ପୁନର୍ଜନ୍ମ ପ୍ରଭୁ ନ ହେବଟି କେବେ
ମନୁଷ୍ୟ ଜୀବନ ଶେଷ ।
