STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଶିତେଇ ନାୟିକା

ଶିତେଇ ନାୟିକା

1 min
10

କବିତା - ଶିତେଇ ନାୟିକା
ରଚନା - ପଞ୍ଚାନନ ଜେନା
ତାରିଖ -୦୮-୧୨-୨୦୨୫
++++++++++++++++
ଶୀତ ସକାଳ ଆଉ ଶୀତେଇ ସଂଜବେଳ
 ମୋ ମନ ତଳର ଆରାଧ୍ୟ ମାନସୀ ଚିରକାଳ
 ମୋ ଉତ୍ପ୍ସିତ ପ୍ରେମୀକାର ଧୂମ୍ରାଭ ଶୁଭ୍ରାଭ ଦୁକୂଳ

 ଶୀତେଇ ନାୟିକା !
 ସକାଳେ ଟାଣି ରୂପେଲି ଓଢ଼ଣୀ
କାକର ଭିଜା ଅଙ୍ଗବାସରେ ସଜେଇ ରାଣୀ
ବାଲାରୁଣର ବେତ୍ରାଘାତରେ ଆହତ ବାଘୁଣୀ
 କୁଆଡେ ଲୁଚିଯାଏ ଉଭେଇଯାଏ ସଖୀ ଅନାମିକା

 ଶୀତେଇ ନାୟିକା !
କୁହୁଡି ଚାଦର ଧରି ଗାଁ କିଆବୁଦା ମୂଳେ
 ବାଉଁଶବଣ ପଦ୍ମ ପୋଖରୀ ପାହାଡ ଚୂଳେ
ଦିଶିଯାଏ ଅନାୟାସେ ସଞ୍ଜ ମାଡିଆସେ ସମୂଳେ
 ଦେହକୁ ଦେହ ଘଷିଦେଇ
 କାନମୂଳ ଆଉଁସି ଦେଇ
କନ କନ କୋହଲା ପବନ ଦଲକେଇ
 ପୁଷି ବିଲେଇ ପରି ଲାଞ୍ଜ ଟେକିଦେଇ
ଶୀତୁଆ ସାୟଂକାଳ ଆରମ୍ଭ କରୁଥାଏ ଲାଜେଇ
 କୁଝ୍ଝଟିକା ଗହଳ ବହଳ ଅନ୍ଧାର ସହିତ ମିଳିତ ମଞ୍ଚର ଅହମିକା

 ଶୀତେଇ ବିଧାୟିକା !
 ମନ ଆଇନାର ବିଧଗ୍ଧ ନାୟିକା
 ସକାଳେ ମୋତେ କାହିଁକି କେଜାଣି ବେଶି ଲାଗେ
 ସଞ୍ଜ ଆସୁ ଆସୁ ମୋତେ କାହିଁକି କେଜାଣି ଅଧିକା ମାଗେ
 ସାଲ ମାଫଲର ସ୍ଵେଟର ସବୁ ଫେଲ ମାରେ
 କମ୍ବଳ ଜ୍ୟାକେଟ ମୋଜା ପିନ୍ଧିଲେ ତୁନି ଧରେ
ଚକ୍ଷୁଲଜ୍ୟାର ଯବନିକା

 କିସ ବା ଚାହୁଁଥାଏ ମୋ ମାନସୀ ରାଧିକା ?
 କ'ଣ ବା ମାଗୁଥାଏ ମୋ ଶୀତେଇ ବାଖ୍ୟାୟିକା
 ମୋ ଦେହର ଝାଳୁଆ ଉଷ୍ମତାରୁ ମୁଠାଏ ସମର୍ପିକା
ମୋ ବ୍ୟାକୁଳିତ ତନୁ ବଲ୍ଲରୀରୁ କଠାଏ ଆଖ୍ୟାୟିକା

 ବୁଝିବା ହେଲାଣି ଅସାଧ୍ୟ
 ଜାଣିବା ହେଲାଣି ଅବୋଧ୍ୟ
ମୋ ମାନସୀ ପ୍ରେମିକାର ମାନ ଭଞ୍ଜନ କେମିତି କରିବି
 ମୋ ପ୍ରେୟସୀ ପ୍ରେମିକାର ପ୍ରେମ ସୁରାପାନ କେମିତି କରିବି
 ଦୟାକରି କହିବେ କି କଟନ୍ତା ସମସ୍ୟାୟିକା
ମୌନାବତୀର ମୌନବ୍ରତର ସୂତ୍ର ପ୍ରବଳିକା l


Rate this content
Log in

Similar oriya poem from Fantasy