STORYMIRROR

Arundhati Jena

Romance Fantasy Others

3  

Arundhati Jena

Romance Fantasy Others

ଦୂର ପଳାଶ ବନରେ

ଦୂର ପଳାଶ ବନରେ

1 min
203

ଦୂର ପଳାଶ ବନରେ ଜହ୍ନ ଟା

   ଯେମିତି ଲୁଚି ଲୁଚି ହସୁଛି

ଆମ୍ର ବନ ରେ ପଞ୍ଚମ ସ୍ୱରଶିଳ୍ପୀ

   କୁହୁକୁହୁ ତାନେ ଗାଉଛି।

ଫଗୁଣରେ ଫଗୁ ଭିଜା

         ରଙ୍ଗର ସେ ମାଦକତା

ବସନ୍ତର ବାସ ସବୁ

         ସତେ ଆକ୍ତା ମାକ୍ତା।

 ଦୂର ଲଣ୍ଡା ପାହାଡର ସେଇ

              ଫୁଙ୍ଗୁଳା ବୁକୁରେ

ପ୍ରେମ ପୀୟୁଷର ରଙ୍ଗ

                ଧୁଆଁଳିଆ ଦିଶେ।

ନିଦାଘର କାରୁଣ୍ୟ ଚେହେରା

        ର ରଙ୍ଗ ଶୁଖିଲା ପତ୍ରରେ ଦୃଶ୍ୟମାନ

ମନୁଷ୍ୟ ର ରଙ୍ଗବୋଳା ବ୍ୟବହାରରେ

       ମାନବିକତା ଏକ ଦମ୍ ଶୂନ୍ୟ।

 ତଲ୍ଲିନ ମୁହୂର୍ତ୍ତ ର ରଙ୍ଗ ସବୁ

          ଧିରେ ଧିରେ ମଉଳି ଯାଉଛି

ସତେ ଯେମିତି ଝରା ଶେଫାଳୀ

          ବୃନ୍ତଚ୍ୟୁତ ହେଇ ଭୂମିକୁ ଚୁମୁଛି।

ସମ୍ପର୍କ ରଙ୍ଗ ର ସେ ଗାଢ଼ ରଙ୍ଗ

     ଧିରେ ଧିରେ ଛାଡ଼ିଗଲାଣି

ନାଲି ନେଳି କମଳା ଅବିର ରଙ୍ଗ

   ଦୁନିଆର ରଙ୍ଗରେ ମଉଳି ଗଲେଣି।

ସମୁଦ୍ରର ନୀଳ ନିରବତାର ରଙ୍ଗ

          ସତେ ଯେମିତି ହଜିଯାଇଛି

ଆଉ ଅଳତାର ସେ ଗାଢ଼ ରକ୍ତିମ ରଙ୍ଗ

           ଅଦୃଶ୍ୟ ହେଇ ଯାଇଛି।

ରଙ୍ଗବୋଳା ସବୁ ଏଠି ପ୍ରାୟ

        ସେଥିପାଇଁ ଏତେ ଡର

ନ ହେଲେ ସମ୍ପର୍କ ଠାରୁ

   କେହି କଣ ହେଇପାରେ ଏତେ ଦୂର।

ଦୂର ପଳାଶ ବନରେ ଜହ୍ନ ଟା

   ଯେମିତି ଲୁଚି ଲୁଚି ହସୁଛି

ଆମ୍ର ବନ ରେ ପଞ୍ଚମ ସ୍ୱରଶିଳ୍ପୀ

   କୁହୁକୁହୁ ତାନେ ଗାଉଛି।

            

              

              



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance