STORYMIRROR

subrat kumar jena

Fantasy

3  

subrat kumar jena

Fantasy

ସମ୍ପର୍କର ସିନ୍ଧୁକ

ସମ୍ପର୍କର ସିନ୍ଧୁକ

1 min
249

 ସମ୍ପର୍କର ସିନ୍ଧୁକ ସୁରକ୍ଷିତ ଅବା ଧ୍ୱଂସ,

ଟିକେ ହଁ ଟିକେ ନାଁ ରେ,

କେବେ ମନ ପୁଣି ମନାନ୍ତର,

ମତରୁ ପୁଣି ସମ୍ପର୍କରେ ଫାଟ,

ଦଶନ୍ଧି ଦଶନ୍ଧି ଧରି ଅଳନ୍ଦୁର ଆବରଣ,

ମିଛ ସମ୍ପର୍କରେ ପାଣିଚିଆ ଜୀବନ,

ବଗିଚାର କୋଣରେ ଶୁଷ୍କ ପତ୍ରରାଜି,

ମତୁଆଲା ଭଅଁର ଗାଏ ପ୍ରଣୟ ଗୀତ,

ଲାଜେଇ ଫୁଲ ଝାଉଁଳେ,

ମହୁ ମାଛିର ପ୍ରଣୟ ଚୁମ୍ବନ ରେ,

ମଣିଷ କିନ୍ତୁ ଆଜିବି ଚକ୍ରବ୍ୟୁହରେ,

ପଶିବା ସିନା ଜାଣିଛି ,

ହେଲେ ବାହାରିବାର କଳା କୌଶଳ,

ଅନେକ ଧୃତରାଷ୍ଟ୍ର ଆଜିବି ଆଖିଥାଇ ଅନ୍ଧ,

ପିତାମହ ଆଜି ମୌନ,

ସବୁଆଡେ ଛଳନାର ପଶା ପାଲି,

ନିତି ନିତି ସତିତ୍ୱ ହରାଏ ଅନେକ ଦ୍ରୌପଦୀ,

ପଞ୍ଚୁପାଣ୍ଡଵ ଙ୍କ ପରି ସମସ୍ତେ ଥାଇବି ,

ବିବସ ଚଳ ପ୍ରଚଳ ପ୍ରଥା ଆଗରେ,

କାଳ ନାଚୁଛି ଧ୍ବଂସ ର କରାଳ ନୃତ୍ୟ,

କାମାନ୍ଧ ମଣିଷ କାମ ନିଆଁରେ ଜର୍ଜରିତ,

ଲୋଡ଼ା ଗୋଟେ କଞ୍ଚା ଶରୀର,

କିଛି ମୁହୂର୍ତର ସୁଖ ଲାଗି ,

ଦଳି ମକଚି ଫୋପାଡ଼ି ଦେବାକୁ ହିଂଶ୍ର ଭାବରେ,

ମାନବ ରୁ କିଛି କ୍ଷଣରେ ଦାନବ ହୋଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy