STORYMIRROR

Debadatta Jena

Romance Fantasy

3  

Debadatta Jena

Romance Fantasy

ଇନ୍ଦ୍ରଧନୁର ରଂଗ...

ଇନ୍ଦ୍ରଧନୁର ରଂଗ...

1 min
217

 


ମନ ଆକାଶ ଦେହରେ 


    ନୀଳ ମେଘ ତୁ ସାଜିଲୁ, 


        ଇନ୍ଦ୍ରଧନୁ ସଜ ହୁଏ 


           ସେ ମେଘ ଦେଖୁ ଦେଖୁ !


ଫୁଲ ସଵାରୀ ସପନେ 


    ଯେବେ ପରୀଟିଏ ହେଲୁ, 


          ପ୍ରଜାପତି ଘୁରି ବୁଲେ, 


             ସେ ବାସ୍ନା ଛୁଉଁ ଛୁଉଁ !


ଋତୁ ସରମି ଲତାରେ, 


    ଯେବେ କଢିଟିଏ ହେଲୁ, 


         ଶ୍ରାବଣ ସରମି ଯାଏ, 


            ସେ ଲାଜେ ଝରୁ ଝରୁ !


କଳା କଜଳ ଆଖିରେ, 


     ଯେବେ ସପନ ବୁଣିଲୁ, 


       ଜହ୍ନର ବି ନିଦ ହଜେ, 


         ତା'ର ଜ୍ୟୋସ୍ନା ବୁଣୁ ବୁଣୁ !


ରଙ୍ଗ ତୂଳୀ ମୁଁ ସଜାଏ 


    ଯେବେ ଛବି ଅଙ୍କିବାକୁ, 


        ସବୁ ରଙ୍ଗ ଫିକା ଲାଗେ 


            ସେ ଚିତ୍ର ଆଙ୍କୁ ଆଙ୍କୁ !


ଇନ୍ଦ୍ରଧନୁକୁ ମାଗିଚି ରଙ୍ଗ 


    ତୁମ ଛବି ଆଙ୍କି ବାକୁ,


       ଛବି ନୁହେଁ, ଆଂକୁଚି ମୁଁ 


         ପ୍ରେମ ରଙ୍ଗ ସୁନେଲି ସ୍ବପ୍ନକୁ !


         


Rate this content
Log in

Similar oriya poem from Romance