STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Fantasy

3  

ପ୍ରିୟଦର୍ଶିନୀ ମହାନ୍ତି

Fantasy

ସ୍ୱୟଂସିଦ୍ଧା

ସ୍ୱୟଂସିଦ୍ଧା

1 min
232


ବୁନ୍ଦାଏ ସିନ୍ଦୁର ବଦଳରେ

ସେ ବର୍ଷାଇ ପାରେ

ରକ୍ତର ବାରୀ,

ହୋମ ନିଆଁ ଚାରିପଟ 

ସାତ ଘେରା ବଦଳରେ 

ଜାଳିଦେଇ ପାରେ 

ନିଜ ଅସ୍ତିତ୍ବକୁ 

ତିଳ ତିଳ କରି...


ତୁମେ ଚିର ଦିନ 

ହାତ ଧରି ସାଥି ହୋଇ ,

ଚାଲିବାର ଶପଥ ନେଲେ,

ସେ ବି ଉଦର ଚିରି 

ସୃଷ୍ଟି କରିପାରେ ଆଉ 

ନୂଆ ସକାଳ...


ତୁମ କେଇ ପଦ

ମିଠା କଥାରେ

ସେ ମହକାଇ ଦେଇପାରେ

ସଂସାର...

ସେ ମାରିପାରେ ନିଜ

ଇଛା ଅଭିଳାଷକୁ,

ନିଜ ସ୍ବପ୍ନକୁ,

ଗଢିପାରେ ସୁରକ୍ଷାର ପ୍ରାଚୀର


ସେ ନିଜ ଲାଲ ରଙ୍ଗକୁ 

ଏକାଠି କରି

କରିପାରେ ଜୀବନ୍ୟାସ,

ସାତ ରଙ୍ଗର ବର୍ଣାଳିରେ 

କରିପାରେ ପାଖୁଡ଼ା ବିନ୍ୟାସ

ପ୍ରତ୍ୟେକଙ୍କ ମୁହଁରେ

ଲିପି ଦେଇପାରେ ହସ...


ମରୁରେ ବି ଫୁଟାଇପାରେ

ମହାଦ୍ରୁମ...

ଶୀତ ହେମାଳରେ ବି 

ତା' ଚିରା ପଣତ ଆଣିଦିଏ

ଉଷୁମ ପରଶ।


ସେ ବୁଝିପାରେ  

ମରମ କଥା,

ଲାଘବ କରେ ବ୍ୟଥା..

ସ୍ୱୟଂ ବଳେ ସେ

କଣ ବା ନ କରିପାରେ,!

ସେଥିପାଇଁ ସେ ଆଦ୍ୟ ଶକ୍ତି ସ୍ବରୂପିଣୀ

ଆଉ ସ୍ୱୟଂସିଦ୍ଧା...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy