ସ୍ୱୟଂସିଦ୍ଧା
ସ୍ୱୟଂସିଦ୍ଧା


ବୁନ୍ଦାଏ ସିନ୍ଦୁର ବଦଳରେ
ସେ ବର୍ଷାଇ ପାରେ
ରକ୍ତର ବାରୀ,
ହୋମ ନିଆଁ ଚାରିପଟ
ସାତ ଘେରା ବଦଳରେ
ଜାଳିଦେଇ ପାରେ
ନିଜ ଅସ୍ତିତ୍ବକୁ
ତିଳ ତିଳ କରି...
ତୁମେ ଚିର ଦିନ
ହାତ ଧରି ସାଥି ହୋଇ ,
ଚାଲିବାର ଶପଥ ନେଲେ,
ସେ ବି ଉଦର ଚିରି
ସୃଷ୍ଟି କରିପାରେ ଆଉ
ନୂଆ ସକାଳ...
ତୁମ କେଇ ପଦ
ମିଠା କଥାରେ
ସେ ମହକାଇ ଦେଇପାରେ
ସଂସାର...
ସେ ମାରିପାରେ ନିଜ
ଇଛା ଅଭିଳାଷକୁ,
ନିଜ ସ୍ବପ୍ନକୁ,
ଗଢିପାରେ ସୁରକ୍
ଷାର ପ୍ରାଚୀର
ସେ ନିଜ ଲାଲ ରଙ୍ଗକୁ
ଏକାଠି କରି
କରିପାରେ ଜୀବନ୍ୟାସ,
ସାତ ରଙ୍ଗର ବର୍ଣାଳିରେ
କରିପାରେ ପାଖୁଡ଼ା ବିନ୍ୟାସ
ପ୍ରତ୍ୟେକଙ୍କ ମୁହଁରେ
ଲିପି ଦେଇପାରେ ହସ...
ମରୁରେ ବି ଫୁଟାଇପାରେ
ମହାଦ୍ରୁମ...
ଶୀତ ହେମାଳରେ ବି
ତା' ଚିରା ପଣତ ଆଣିଦିଏ
ଉଷୁମ ପରଶ।
ସେ ବୁଝିପାରେ
ମରମ କଥା,
ଲାଘବ କରେ ବ୍ୟଥା..
ସ୍ୱୟଂ ବଳେ ସେ
କଣ ବା ନ କରିପାରେ,!
ସେଥିପାଇଁ ସେ ଆଦ୍ୟ ଶକ୍ତି ସ୍ବରୂପିଣୀ
ଆଉ ସ୍ୱୟଂସିଦ୍ଧା...।