STORYMIRROR

Tapan Kumar Biswal

Tragedy Fantasy Inspirational

3  

Tapan Kumar Biswal

Tragedy Fantasy Inspirational

ପ୍ରକୃତ ଉନ୍ନତି

ପ୍ରକୃତ ଉନ୍ନତି

1 min
193


ସମୟ ତ ନିଶ୍ଚୟ ଗତିଶୀଳ

ତାକୁ ବାନ୍ଧି ରଖିବା ସମ୍ଭବ ନୁହେଁ

ଏଭଳି ବୃଥା ଅପଚେଷ୍ଟା

କେବଳ ପାଗଳାମି ମାତ୍ର ll


କିନ୍ତୁ ଏହି ପରିକ୍ରମା ମଧ୍ଯରେ

ସାଉଁଟି ହୋଇଥାଏ

ଅନେକ ଖଟା ମିଠା 

ଅନେକ ଅଭୁଲା ସ୍ମୃତି ll


ଏହି ସ୍ମୃତିକୁ ଜାବୁଡି ଧରିଲେ

କିଛି ହେବନାହିଁ

ଭୁଲରୁ କିଛି ଶିକ୍ଷା କରି

ତାକୁ ସଜାଡ଼ିବା ପାଇଁ ପଡିବ

ଆଗାମୀ ସମୟରେ ll


ଖୁସି ର ମୂଲ୍ୟବୋଧକୁ

ହୃଦୟଙ୍ଗମ କରି ବାଣ୍ଟିବା ପାଇଁ ପଡିବ

ସମସ୍ତଙ୍କ ସହିତ କାରଣ

ଅନ୍ୟମାନେ ମଧ୍ୟ ଖୁସିରେ ରୁହନ୍ତୁ ll


ସମୟ ସହିତ ବ୍ୟକ୍ତିଗତ ଭାବେ

ଅନ୍ୟ ସମସ୍ତଙ୍କ ଖୁସି ଏବଂ ଉନ୍ନତି ହିଁ

ବାସ୍ତବରେ ପ୍ରକୃତ ଉନ୍ନତି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy