STORYMIRROR

Balaram Barik

Fantasy

3  

Balaram Barik

Fantasy

ପାଁସ ଟଙ୍କା

ପାଁସ ଟଙ୍କା

1 min
215


ପାଁସ ଟଙ୍କାରେ ପାଁସ ଟଙ୍କା....

ତୁ ଦିଶୁ ବଡ଼ ସୁନ୍ଦର ।

ତୋ ଭାଉ ବଢିଯାଏ ଅଧିକା...

ଯେବେ ନେତା ବାଣ୍ଟନ୍ତି ହୋଇ ତର ତର।


ପାଁସ ଟଙ୍କାରେ ପାଁସ ଟଙ୍କା...

ତୁ ଫୁଲେଇ ହେଉରେ କେତେ।

ତୋତେ ଥାକ ଥାକ କରି ସଜାଡି ଦିଅନ୍ତି...

ଭୋଟ ଟାଇମ ଆଇଲେ ସତେ।


ପାଁସ ଟଙ୍କାରେ ପାଁସ ଟଙ୍କା....

ତୁ ଅଟୁ ବଡ଼ ଭାଗ୍ୟବାନ।

ତୋ ଦେହରେ ଡେଣା ଲାଗିଯାଏ.....

ଆସିଗଲେ ଦେଶେ ନିର୍ବାଚନ।


ପାଁସ ଟଙ୍କାରେ ପାଁସ ଟଙ୍କା....

ତୋତେ ପାଇ ମୁଣ୍ଡ ବିକେ ଜନତା ।

କୁକୁଡ଼ା ବୋତଲ ତୋ ସାଥେ ଫ୍ରି ଦିଆଯାଏ...

ତୋତେ ମଳିମୁଣ୍ଡିଆ ପାଇବା ସେବେ ଶସ୍ତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy