STORYMIRROR

SIBENDU SARASWATA PANDA

Fantasy

3  

SIBENDU SARASWATA PANDA

Fantasy

ପଲ୍ଲୀ ସମୟ

ପଲ୍ଲୀ ସମୟ

1 min
339

ନୀଳ ଆକାଶରେ ରକ୍ତିମ କିରଣ

ପଡ଼ିଅଛି ସତେ ବିଞ୍ଚି,

ଶିଶିର ସାଥିରେ ସୂରୁଜଙ୍କ ତେଜ

ଭୂଇଁକୁ ଦେଉଛି ସିଞ୍ଚି।

କି ସୁନ୍ଦର ଦିଶେ ଚତୁର୍ଦ୍ଦିଗ ଆଜି

ନାନାରଙ୍ଗେ ଉଭା ଧରଣୀରାଣୀ,

ଭିନ୍ନ ଫୁଲକଢେ ଲାଗୁଛି ଯେପରି

ଦେଇଛି ସେ ମଥେ ପାଟଓଢଣୀ।

ମୁକ୍ତ ଆକାଶରେ ଉଡ଼ଇ ବିହଙ୍ଗ

ଟିକି ଡେଣାଟିର ସାଥେ,

ଉଡିଯାଏ ସିଏ କେତେ ବିଲବଣ

ଆହାର ସଂଗ୍ରହ ଆଶେ।

ସରସୀ ଜଳର କମଳକୁ ଦେଖ

ପ୍ରେମ ଅଟେ ଯା’ର ମଧୁରମୟ,

ରବି ଆଗମନେ ପ୍ରକଟ ହୋଇଣ

ସଞ୍ଜ ହୋଇଗଲେ ହୁଏ ବିଲୟ।

ମଧ୍ୟାହ୍ନ ସମୟ ଆସିଗଲାଣି ମାଡି

ଦିଶୁନାହିଁ ଏବେ ଆଉ କୁହୁଡି,

ଗ୍ରାମ ଭୁଆସୁଣୀ ଶୁଖାଇ ଦେଲେଣି

ହାତେ କରିଥିବା ପାମ୍ପଡ ବଡି।

ମଧ୍ୟାହ୍ନ ସରି ହେଲା ଗୋଧୂଳି ବେଳ

ପିଲାମାନେ ସବୁ ହେଲେଣି ମେଳ,

ଦୂରରୁ ଶୁଭୁଛି ଗାଈଆଳର ସ୍ଵର

ଗୋରୁ ଫେରିଲେଣି ଖୋଲ ଗୁହାଳ।

ନିଶାପତି ଅମ୍ଵରେ ଦେଲେଣି ହସି

ଶିଶିର ମୁକୁତା ଯାଏ ବରଷି,

ଜନନୀ ଗାଉଛି ସନ୍ତାନକୁ ଧରି

ଆ ଜହ୍ନମାମୁଁ ସରଗ ଶଶୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy