କନକ କୁସୁମ କଳି
କନକ କୁସୁମ କଳି
ସରଗ ରାଇଜୁ
ଓହ୍ଲାଇ ଆସିଚ
କେଉଁ ରାଇଜର ପରୀ
ରୂପ ଲାବଣ୍ୟରେ
ଜଗତ ମୋହିଚ
ଚନ୍ଦ୍ରମା ନୁହଁଇ ସରି
ରାଜକୁମାରୀ ତୁମେ
କେଉଁ ରାଇଜର
ସୁକୋମଳ ତନୁ ମଲ୍ଲି
ଅଂଗେ ଅଂଗେ ତୁମ
ଯୌବନ ବାରତା
କମନୀୟ ରୂପ ବଲ୍ଲୀ
ଶ୍ରାବଣ ବର୍ଷାରେ
ଭିଜାଇ ଦିଅନ୍ତ
ଢାଳି ତୁମ ପ୍ରେମ ଧାରା
ଚିବୁକ ଚୁମ୍ୱନେ
ଭିଜାଇ ଦିଅନ୍ତ
ପ୍ରୀତି ତୁମ ଅପାସୋରା
ନୀଳ ସପନର
ଚନ୍ଦ୍ରିକା ଗୋ ମୋର
ଚନ୍ଦ୍ର ସୁଷମା ଝଳି
ପ୍ରତି ଅଂଗେ ତମ
ବସନ୍ତ ବାରତା
କନକ କୁସୁମ କଳି l

