STORYMIRROR

Prasanta Kumar Behera

Romance Fantasy Others

3  

Prasanta Kumar Behera

Romance Fantasy Others

କନକ କୁସୁମ କଳି

କନକ କୁସୁମ କଳି

1 min
248

ସରଗ ରାଇଜୁ 

ଓହ୍ଲାଇ ଆସିଚ

କେଉଁ ରାଇଜର ପରୀ

ରୂପ ଲାବଣ୍ୟରେ 

ଜଗତ ମୋହିଚ

ଚନ୍ଦ୍ରମା ନୁହଁଇ ସରି


ରାଜକୁମାରୀ ତୁମେ

କେଉଁ ରାଇଜର

ସୁକୋମଳ ତନୁ ମଲ୍ଲି

ଅଂଗେ ଅଂଗେ ତୁମ

ଯୌବନ ବାରତା

କମନୀୟ ରୂପ ବଲ୍ଲୀ


ଶ୍ରାବଣ ବର୍ଷାରେ

ଭିଜାଇ ଦିଅନ୍ତ

ଢାଳି ତୁମ ପ୍ରେମ ଧାରା

ଚିବୁକ ଚୁମ୍ୱନେ 

ଭିଜାଇ ଦିଅନ୍ତ

ପ୍ରୀତି ତୁମ ଅପାସୋରା


ନୀଳ ସପନର

ଚନ୍ଦ୍ରିକା ଗୋ ମୋର

ଚନ୍ଦ୍ର ସୁଷମା ଝଳି

ପ୍ରତି ଅଂଗେ ତମ

ବସନ୍ତ ବାରତା

କନକ କୁସୁମ କଳି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance