STORYMIRROR

Panchanan Jena

Tragedy

4  

Panchanan Jena

Tragedy

କବାଟ କିଳା ହୋଲି

କବାଟ କିଳା ହୋଲି

1 min
3

କବିତା - କବାଟ କିଳା ହୋଲି
 ରଚନା - ପଞ୍ଚାନନ ଜେନା
 ତାରିଖ -୦୩-୦୩-୨୦୨୬
++++++++++++++++
 ଆସନ୍ତା କାଲି ପରା ହୋଲିପର୍ବ
ଗାଁ ଗଣ୍ଡା ସହର ନଗର
 ରାସ୍ତା ଗଳି ଦୋକାନ ବଜାର
ସବୁ ଆଡ଼େ ରଙ୍ଗୋତ୍ସବ ସମ୍ଭାର ଅପୂର୍ବ

 ଅବଶୋଷ କେବଳ ଗୋଟିଏ
 ରଙ୍ଗ ଅବିରରେ ସୀମିତ ରହୁ
କେମିକାଲରେ କଦର୍ଯ୍ୟ ନ ହେଉ
ରଙ୍ଗ ହାର୍ବାଲ ସୀମାରେଖାରେ ରହୁ
 କାଦୁଅ ଗୋବର ପିଚୁ ପର୍ଯ୍ୟନ୍ତ ନ ଯାଉ
 ରଙ୍ଗ ଗାଲ କପାଳ ପର୍ଯ୍ୟନ୍ତ ପହଞ୍ଚି ଯାଉ
 ରଙ୍ଗ ଚରଣ ପାପୁଲି ଛୁଇଁ ମର୍ଯ୍ୟାଦା କହୁ

 ଫଗୁରେ ରଙ୍ଗ ଆଉ ସାଙ୍ଗ
ହୋଲିରେ ପିଚକାରି ଆଉ ଭାଙ୍ଗ
ସବୁ ହସ ଖୁସିର ବାତାବରଣ ସୃଷ୍ଟି କରୁ
ଚରିତ୍ର ଉପରେ ଆଙ୍ଗୁଳି ନିର୍ଦ୍ଦେଶ ନ କରୁ

 ଆପଣମାନେ ଉଣା ଅଧିକ ଜାଣିଥିବେ
ହୋଲି ଖେଳର ରଙ୍ଗ ଆସର
ଆବାଳ ବୃଦ୍ଧ ବନିତା ମସ୍ତିରେ ବିଭୋର
କିଛି ନାରୀମାନେ କବାଟ କିଳି
 ରହିବାକୁ ପସନ୍ଦ କରନ୍ତି ଆଗୁସାର

 ରଙ୍ଗ ପାଇଁ ନାହିଁ କିଞ୍ଚିତେ ଅସୂୟା
ହୋଲି ଉତ୍ସବ ନାହିଁ ଘୃଣା କି ଦୟା
ପିଠା ମିଠା ବନେଇ ପରିଶିବେ
ଦହି ସରବତ ବଣ୍ଟନ କରିବେ
 ମାତ୍ର ଅଜଣା ଅସୁଣା
ଝାଟିଆ ଛତରା ଦଳ ପାଇଁ
ମାତାଲି ଟପୋରୀ ପଲ ପାଇଁ
ଜଣେ ଅବଳା ଦୁର୍ବାଳା କ'ଣ ସବୁ ଲୁଚେଇଥାଏ
ଜଣେ କୂଳ ଭୂଆସୁଣୀ କ'ଣ ସବୁ ଛୁପେଇଥାଏ

 ସେମାନେ ହୋଲି ଖେଳକୁ ନାଁ କରନ୍ତି
 ନିଜର ମାନ ଅଭିମାନକୁ ସମ୍ମାନ ଜଣେଇ
ଘର ବଂଶର ମର୍ଯ୍ୟାଦାକୁ ଅକ୍ଷୂର୍ଣ୍ଣ କରେଇ
କୂଳ ସଂସ୍କାର ପରମ୍ପରାକୁ ବଜାୟ ରଖେଇ
 ଲକ୍ଷଣରେଖା ଭିତରେ ରହି ହୋଲିପର୍ବ ପାଳୁଥାଇ


Rate this content
Log in

Similar oriya poem from Tragedy