STORYMIRROR

Sambit Srikumar

Classics Fantasy Inspirational

3  

Sambit Srikumar

Classics Fantasy Inspirational

ନିରୁଦ୍ଦିଷ୍ଟ

ନିରୁଦ୍ଦିଷ୍ଟ

1 min
207

ଦୁନିଆର ଦୁର୍ବିସହ ଭିଡ ଭିତରେ

ହଜିଯାଇଥିବା ମଣିଷଟିଏ ମୁଁ,

ଯିଏ ଖୋଜୁଛି ଆପଣାର ପରିଚୟ

ନିୟୁତ ନିୟୁତ ନିରୁଦ୍ଦିଷ୍ଟଙ୍କ ମଧ୍ଯରେ।


ଭୁଲି ଯାଇଛି ସେ ସ୍ବକୀୟ ସତ୍ତାକୁ

କାହିଁ କେତେ ଦଶନ୍ଧି ପୂର୍ବରୁ,

କେତେ ବେଳେ କେଉଁ ମୂହୁର୍ତ୍ତରେ

ସେ ହଜିଗଲା ସଭିଙ୍କ ଅଲକ୍ଷରେ।


କେହି ବି ହିସାବ ରଖିନି ତାର

ଚାହିଁନି ନେବାକୁ ଟିକେ ଖବର,

ବିଲୀନ ହୋଇ ଯାଇଛି ସ୍ମୃତି ବିସ୍ମୃତିରୁ

ଅନନ୍ତ ଉପେକ୍ଷାର ଦାବାନଳରେ।


ସେ ହଜିଯାଇଛି ଯାନ୍ତ୍ରିକ କୋଳାହଳରେ

ଷ୍ଟକ୍ ମାର୍କେଟ୍ର ବିପର୍ଯ୍ୟସ୍ତ ସୂଚକାଙ୍କରେ,

ସାଂପ୍ରଦାୟିକ ଦଙ୍ଗାର ବହ୍ନିରେ

ପଳାୟନ ପନ୍ଥୀ ଶରଣାର୍ଥୀଙ୍କ ଦଳରେ

ଭ୍ରଷ୍ଟ ରାଜନୀତିର କପଟ ପଶାପାଲିରେ

ନିଷ୍ଠୁର  ପ୍ରତାରଣାର ଚୋରା ବାଲିରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics