STORYMIRROR

Biswaranjan Mohanty

Fantasy

3  

Biswaranjan Mohanty

Fantasy

ମୋହର ବନ୍ଧନ

ମୋହର ବନ୍ଧନ

1 min
204


ଅସ୍ତିତ୍ୱ ଯାଉଛି ହଜି 

ସମୟ ଚକ୍ରରେ 

ଚଉପାଶେ ମୋହର ନିଶାଣ, 

ଧନ, ସମ୍ପତ୍ତିର ମୋହ 

ମୋହ କୁଟୁମ୍ବର 

କେବଳ ମୋହରେ ବନ୍ଧା 

ହୋଇଛି ଜୀବନ l 

ଯଶ କୀର୍ତ୍ତି ପାଇଁ ମୋହ 

ଅନ୍ତର ଭିତରେ 

ମୋହ ପୁଣି କରେ ଅନ୍ଧ 

ପର ଜନ୍ମ ପାଇଁ l 

ସ୍ୱାମୀ ରୂପେ ବାନ୍ଧି ରଖେ 

ଦାମ୍ପତ୍ୟ ପ୍ରେମରେ 

ଗୁରୁଜନ ରୂପେ ବାନ୍ଧେ 

ଆଶୀର୍ବାଦ ହୋଇ l 

ବନ୍ଧନ ର ଶ୍ରେଷ୍ଠ ରୂପ 

ସନ୍ତାନ ବାତ୍ସଲ୍ୟ 

ମାୟା ର ସେ ମନୋହର ରୂପ 

ନ ଦିଏ ସେ ଅବସର 

ସଂସାର ବନ୍ଧନୁ 

ମୋହ ଏକ ଅନ୍ଧକାର କୂପ l..


  


Rate this content
Log in

Similar oriya poem from Fantasy