STORYMIRROR

Trushna Das

Abstract Tragedy Fantasy

3  

Trushna Das

Abstract Tragedy Fantasy

ପ୍ରଜାପତି

ପ୍ରଜାପତି

1 min
213

              


ମୁଁ ଯେ ଗୋଟିଏ କୁନି ପ୍ରଜାପତିଟିଏ 

     ମୁଁ ଯେ କଅଁଳ ଜୀବଟିଏ

ଫଲରୁ ଫୁଲ ଉଡି ବୁଲୁଥାଏ ମୁହିଁ ଯେ

    ରହି ନ ଥାଏ ସ୍ଥିର ହୋଇ ଗୋଟିଏ ଜାଗାରେ। 


ମୁଁ ଯେ ଗୋଟିଏ ପ୍ରଜାପତିଟିଏ

    ମୋ କାୟା ସଜେଇ ହୋଇ ଥାଏ ବିଭିନ୍ନ ରଙ୍ଗ ଚିତ୍ରରେ

ଏହାକୁ ଦେଖି ଆକର୍ଷିତ ହୋଇ ଥାନ୍ତି ମାନବ ଯେ

    ମୋ ଜୀବନ ଚାଲିଯାଏ ତାଙ୍କର ଟିକେ ଧରିବା ଖୁସିରେ। 


ମୁଁ ଯେ ଗୋଟିଏ ପ୍ରଜାପତିଟିଏ

    ଉଡି ବୁଲି ନିଜକୁ ବଞ୍ଚାଇ ଥାଏ ଅନ୍ୟ ଜୀବଙ୍କଠାରୁରେ 

କିନ୍ତୁ ହାରି ଯାଏ ମାନବ ପାଖରେ

    ମୋ ନିଜର ସୌନ୍ଦର୍ଯ୍ୟ ହୋଇ ଯାଏ ମୋର ସବୁଠାରୁ ବଡ ଶତ୍ରୁ ଯେ। 


ମୁଁ ଯେ ଗୋଟିଏ ପ୍ରଜାପତିଟିଏ

    ଖାଦ୍ୟ ସଂଗ୍ରହ କରି ଥାଏ ମୁହିଁରେ 

ଉଡି ବୁଲି ଚାରିଆଡ଼େ ଯେ 

    ଖରା, ବର୍ଷା, ଶୀତକୁ ଖାତିର କରି ନ ଥାଏ ମୁହିଁରେ।


ମୁଁ ଯେ ଗୋଟିଏ ପ୍ରଜାପତିଟିଏ

    ସମସ୍ତେ ଟିକିଏ ମୋର ଖେଦ ଶୁଣରେ

ହେ ମାନବ ମୋତେ ଧରି କଣ ପାଅ ଯେ 

    ତୁମ କ୍ଷଣିକ ଖୁସି ମୋ ଜୀବନ ନେଇ ଯାଏ ଯେ 

ଦୟା କରି ମୋତେ ମୁକ୍ତ ଆକାଶରେ ଉଡ଼ିବାକୁ ଦିଅରେ

    ମୋତେ ନ ଧରି ଆଉ କିଛି ସମୟ ବଞ୍ଚିବାକୁ ଦିଅ ରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract