STORYMIRROR

Biswaranjan Mohanty

Fantasy

3  

Biswaranjan Mohanty

Fantasy

ଜୀବନର ରଙ୍ଗ

ଜୀବନର ରଙ୍ଗ

1 min
215

       


ବଦଳେ ଜୀବନ ରଙ୍ଗ, ହଜାଇ ଚେତନା 

ଧରାଇ ଦିଏ ସେ ହାତେ ଜୀବନ୍ତ ଖେଳନା ll 

ଯା ଓ଼ଠୁ ହସ ଏ ଓଠେ ହୁଏ ସଂକ୍ରମିତ 

ଦରୋଟି ବଚନ ଯାର ଢାଳଇ ଅମୃତ    ll 

ନବନୀତ ହାତେ କରେ ଆଲିଙ୍ଗନ 

ନ ଧର ଅଧର ଦିଏ ରୁକ୍ଷରେ ଚୁମ୍ବନ    ll 

ଆସଇ ହଜିଲା ରୂପ ଧରି ଅବିକଳ 

ପୁଣି ଏ କାନେ ବାଜଇ ପୂର୍ବ କୋଳାହଳ  ll 

ଯାର ତାଳେ ତାଳେ ନାଚେ ବିଗତ ଅତୀତ 

ଭୁଲାଇ ଦିଏ ସେ ଜରାଜୀର୍ଣ୍ଣ ଭବିଷ୍ୟତ  ll 

ପାଖୁଡା ପରେ ପାଖୁଡା ଯାଉଥାଏ ମେଲି 

ଅତୀତ ମାରଇ ଉଙ୍କି ବାର୍ଦ୍ଧକ୍ୟ କୁ ଠେଲି ll.......... 

 

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy