Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Silu Patro

Fantasy Inspirational

4.0  

Silu Patro

Fantasy Inspirational

ସୂର୍ଯ୍ୟ ର ଠିକଣା

ସୂର୍ଯ୍ୟ ର ଠିକଣା

1 min
274



ଦିନେ ସଞ୍ଜ ଆଲୁଅ ରେ ......

    କୁନି କୁନି ତାରା ମାନେ! 

           ପଚାରିଲେ ଜହ୍ନ କୁ?

ଜହ୍ନ ରେ !ଜାଣିଛୁ କି ସୂର୍ଯ୍ୟ ର ଠିକଣା?

     ହତବାକ ହେଲା ଜହ୍ନ

 ସତରେ ତ କେବେ ଭାବିନାହିଁ ଥରେ........

     ଫୁରୁ କିନା ହସି ଦେଇ ଜହ୍ନ କହିଲା.....

          କୁନି କୁନି ତାରା ଗଣ !

ଦୁନିଆ କୁ କରେ ସିନା ମୁଁ ଅଲୋକିତ .....

ହେଲେ ଭୁଳିଯାଇଛି ମୁଁ....... 

ତାରି ଆଲୋକ ରେ ପରା ନିଜେ ଅଲୋକିତ.....

ଦିନେ ପୋଖରୀ ତୁଠରେ .........

    କୁନି କୁନି କଇଁ ଫୁଲ !

         ପଚାରିଲେ ପଦ୍ମ କୁ?

ପଦ୍ମ ରେ! ଜଣିଛୁ କି ସୂର୍ଯ୍ୟ ର ଠିକଣା?

      ହତବାକ ହେଲା ପଦ୍ମ

ସତରେ ତ କେବେ ଭାବିନାହିଁ ଥରେ..........

    ଫୁରୁ କିନା ହସି ଦେଇ ପଦ୍ମ କହିଲା......

      କୁନି କୁନି କଇଁ ଗଣ!

 ପୋଖରୀ ଗର୍ଭ ରେ ସିନା ମୁଁ ଶୋଭିତ........

ହେଲେ ଭୁଳିଯାଇଛି ମୁଁ........

ତାରି ଆଲୋକ ରେ ପରା ମୁଁ ପ୍ରସ୍ଫୁଟିତ..........


ଦିନେ ସକାଳ ର କୁହୁଡି ରେ........

  କୁନି କୁନି ଧୂଳିକଣା!

     ପଚାରିଲେ ଜଳବିନ୍ଦୁ କୁ?

ଜଳବିନ୍ଦୁ ରେ ! ଜଣିଛୁ କି ସୂର୍ଯ୍ୟ ର ଠିକଣା?

  ହତବାକ ହେଲା ଜଳବିନ୍ଦୁ

ସତରେ ତ କେବେ ଭାବିନାହିଁ ଥରେ.......

  ଫୁରୁ କିନା ହସି ଦେଇ ଜଳବିନ୍ଦୁ କହିଲା......

     କୁନି କୁନି କଣିକା ଗଣ!

ସକାଳ ର କୁହୁଡି ରେ ମୁଁ ପ୍ରକଟିତ........

      ହେଲେ ଭୁଲିଯାଇଛି ମୁଁ.........

ତାରି ଆଲୋକ ରେ ପରା ମୁଁ ବାଷ୍ପୀଭୂତ........


 ଦିନେ ସନ୍ଧ୍ୟା ର ଅଗମନେ ରେ............

    କୁନି କୁନି ପକ୍ଷୀ ମାନେ!

       ପଚାରିଲେ ଅନ୍ଧାରକୁ ?

ଅନ୍ଧକାର ରେ! ଜାଣିଛୁ କି ସୂର୍ଯ୍ୟ ର ଠିକଣା?

  ହତବାକ ହେଲା ଅନ୍ଧକାର

 ସତରେ ତ କେବେ ଭାବିନାହିଁ ଥରେ.........    

    ଫୁରୁ କିନା ହସି ଦେଇ ଅନ୍ଧକାର କହିଲା....

       କୁନି କୁନି ପକ୍ଷୀଗଣ !

 ଦୁନିଆ କୁ କରେ ସିନା ମୁଁ ଅନ୍ଧକୃତ.........

       ହେଲେ ଭୁଲିଯାଇଛି ମୁଁ...........

ତାରି ଆଲୋକ ରେ ପରା ମୋର ଅନ୍ତ............



Rate this content
Log in

Similar oriya poem from Fantasy