STORYMIRROR

Silu Patro

Others

4  

Silu Patro

Others

ପ୍ରେମ ର ସୌନ୍ଦର୍ଯ୍ୟ

ପ୍ରେମ ର ସୌନ୍ଦର୍ଯ୍ୟ

1 min
4

ଦିନେ ଏକାନ୍ତ ରେ ପଚାରିଲି ହୃଦୟ କୁ
ପ୍ରେମ ସୁନ୍ଦର ନା ବନ୍ଧୁତ୍ୱ ସୁନ୍ଦର?
ହୃଦୟ ହସି ଦେଇ ଉତ୍ତର ଦେଲା....
ପ୍ରେମ ତ ସୁନ୍ଦର କିନ୍ତୁ
ସେହି ପ୍ରେମ ରେ ପଡ଼ି ଥିବା ବାନ୍ଧବୀଟା
ପ୍ରେମ ଠାରୁ ଅଧିକ ସୁନ୍ଦର.........।

ଦିନେ ଏକାନ୍ତ ରେ ପଚାରିଲି ହୃଦୟ କୁ
ପ୍ରେମ ସୁନ୍ଦର ନା ପ୍ରେମିକା ସୁନ୍ଦର?
ହୃଦୟ ହସି ଦେଇ ଉତ୍ତର ଦେଲା....
ପ୍ରେମ ତ ସୁନ୍ଦର କିନ୍ତୁ
ସେହି ପ୍ରେମ ରେ ପଡ଼ି କଳଙ୍କିତ ପ୍ରେମିକାଟା
ପ୍ରେମଠାରୁ ଅଧିକ ସୁନ୍ଦର.......।

ଦିନେ ଏକାନ୍ତ ରେ ପଚାରିଲି ହୃଦୟ କୁ
ପ୍ରେମ ସୁନ୍ଦର ନା ସିନ୍ଦୁର ସୁନ୍ଦର?
ହୃଦୟ ହସି ଦେଇ ଉତ୍ତର ଦେଲା....
ପ୍ରେମ ତ ସୁନ୍ଦର କିନ୍ତୁ
ସେହି ପ୍ରେମରେ ମିଳିଥିବା ସିଂନ୍ଥି  ସିନ୍ଦୁରଟା
ପ୍ରେମଠାରୁ ଅଧିକ ସୁନ୍ଦର.......।

ଦିନେ ଏକାନ୍ତ ରେ ପଚାରିଲି ହୃଦୟ କୁ
ପ୍ରେମ ସୁନ୍ଦର ନା ପରିଚୟ ସୁନ୍ଦର?
ହୃଦୟ ହସି ଦେଇ ଉତ୍ତର ଦେଲା....
ପ୍ରେମ ତ ସୁନ୍ଦର କିନ୍ତୁ
ସେହି ପ୍ରେମ ରେ ପାଇଥିବା ପରିଚୟଟା
ପ୍ରେମଠାରୁ ଅଧିକ ସୁନ୍ଦର.......।

ଦିନେ ଏକାନ୍ତ ରେ ପଚାରିଲି ହୃଦୟ କୁ
ପ୍ରେମ ସୁନ୍ଦର ନା ସମର୍ପଣ ସୁନ୍ଦର?
ହୃଦୟ ହସି ଦେଇ ଉତ୍ତର ଦେଲା....
ପ୍ରେମ ତ ସୁନ୍ଦର କିନ୍ତୁ
ସେହି ପ୍ରେମ ରେ ଲୁଚିଥିବା ସମର୍ପଣଟା
ପ୍ରେମଠାରୁ ଅଧିକ ସୁନ୍ଦର.......।

ଦିନେ ଏକାନ୍ତ ରେ ପଚାରିଲି ହୃଦୟ କୁ
ପ୍ରେମ ସୁନ୍ଦର ନା ତ୍ୟାଗ ସୁନ୍ଦର?
ହୃଦୟ ହସି ଦେଇ ଉତ୍ତର ଦେଲା....
ପ୍ରେମ ତ ସୁନ୍ଦର କିନ୍ତୁ ସେହି ପ୍ରେମ ପାଇଁ କରା ଯାଇଥିବା ତ୍ୟାଗଟା
ପ୍ରେମଠାରୁ ଅଧିକ ସୁନ୍ଦର.......।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍