STORYMIRROR

Silu Patro

Romance

4.5  

Silu Patro

Romance

............. ବଣ ମଲ୍ଲୀ..............

............. ବଣ ମଲ୍ଲୀ..............

1 min
14

ତୁମେ ବଣରେ ଫୁଟି ବାସୁଥୁବା ବଣ ମଲ୍ଲୀ.....

ମୁଁ ରାତିରେ ଝଡ଼ିପଡ଼ିଥିବା ଗଙ୍ଗଶିଉଳି.....

ତୁମେ ଦୂର ଆକାଶ ର ଜହ୍ନ..........

ମୁଁ ତୁମକୁ ତୋଳି ଧରିବାକୁ ସ୍ୱପ୍ନ ଦେଖୁଥୁବା ବାମନ.......

ତୁମେ ସକାଳ ସୂର୍ଯ୍ୟ ର ଆଗମନ......

ମୁଁ ତୁମ ଆଗମନ ର ସ୍ପର୍ଶ ରେ ହଜିଯାଉଥୁବା ରାତ୍ରି ର ନିଃଶବ୍ଦ ଜହ୍ନ........

ତୁମେ ଯଦି ଆଖି ହବ  ନା ମୁଁ ତାର ସ୍ୱପ୍ନ ସାଜିବି.........

ତୁମ ଅସରନ୍ତି ଜୀବନ ପଥ ରେ ପଥିକ ଟେ ହେବି.......

ତୁମେ ଯଦି ପୂଜା ହବ ପୁଜାରିଣୀ ମୁଁ ସାଜିବି......

ତୁମ ଅଧୀର ଓଠ ର ମଧୁର ଶବ୍ଦ ରେ ଗୀତଟିଏ ମୁଁ ହେବି......

ତୁମେ ଅସ୍ଥିର ଭାବେ ବହିଯାଉଥୁବା ଚୀରସ୍ରୋତା ନଈ......

ମୁଁ ନିରିବିଛୀନ କୂଳ ମୋ ହୃଦୟ ରେ ତୁମକୁ ଜାଗା ଦବା ପାଇଁ.....

ତୁମେ ଯଦି ସଂଗୀତ ହବ.......

ତୁମ ସଂଗୀତ ର ସ୍ୱର, ଲୟ, ଛନ୍ଦ, ତାଳ ରେ ଥିବି.....

ତୁମେ ଉଦବେଗ ପବନ ହୋଇ ବହିଗଲେ......

ତୁମକୁ ରୋକିବା ପାଇଁ ପାହାଡ ଟେ ହେବି.........

ତୁମ ଆଖି ତଳୁ ବହିଯାଉଥୁବା ଲୋତକ କାରଣ ମୁଁ ହୋଇପାରେ.....

କିନ୍ତୁ ତୁମ ହସ ପଛର ରହସ୍ୟ ରେ ବି ମୁଁ ଥିବି.....

ତୁମେ ନେଉଥୁବା ପ୍ରତି ନିଶ୍ୱାସ ରେ....

ବିଶ୍ୱସ୍ତ ସାଥି ହବା ପାଇଁ ଚେଷ୍ଟା କରିବି......

ତୁମ ଆବେଗ ର ଗୋଟେ ସନ୍ଦେଶ ରେ.....

ମୋ ଅପେକ୍ଷା ର ଅନ୍ତ କରିବି.........

ତୁମେ କୃଷ୍ଣ ମୁରାରୀ ମୋହନ ଗିରିଧାରୀ.....

ମୁଁ ତୁମ ମୀରାବାଈ ନିଶ୍ଚେ ସାଜିବି.........

ରୁକ୍ମଣୀ ହବାର ଭାଗ୍ୟ ନେଇ ଆସିନି ସତ ............

ତୁମ ରାଧାରାଣୀ ତ ହୋଇପାରିବି..........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance