STORYMIRROR

Silu Patro

Inspirational

4  

Silu Patro

Inspirational

ନାରୀ

ନାରୀ

1 min
193


   ନାରୀ ଜାୟା , ଜନନୀ, ଭଗିନୀ,

         ନାରୀ ପୁଣି ସାଜେ ଏଠି ସୃଷ୍ଟିକରିଣୀ।

   ସଂକଟ ହରିଣୀ ନାରୀ ବିନାଶ ତରିଣୀ,

         ସାଜେ ସେଇ ନାରୀ ପୁଣି ପ୍ରଳୟ କାରଣି।

   ମହିଷା ମର୍ଦ୍ଧିନି ନାରୀ ଦୁର୍ଗତି ନାସିନୀ,

         ଦୁନିଆ ଆଗରେ ସାଜେ ପୁଣି କଳଙ୍କିଣି।

   କେତେ ବେଳେ ସାଜେ ତୁମ ଜୀବନ ର ସାଥି,

         ସାଜିଥାଏ କାହି ପୁଣି ଅନ୍ୟାୟ ର କୀର୍ତି।

   ଯେଉଁ ନାରୀ ସାଜିଥାଏ ଗର୍ଭାଧାରିଣୀ,

         ସଯାଏ ଦୁନିଆ ତାକୁ ଭୃଣ ହତ୍ୟାକାରିଣୀ।

   ସାଜେ ନାରୀ କେତେବେଳେ ସତ୍ୟର ମୂର୍ତ୍ତି,

         ସମୟ ଆଗରେ ସାଜେ ମିଥ୍ୟା ର ସେ ପୋଥି।

   ଜନନୀ ହେଇ ସାଯେ ଯିଏ ସନ୍ତାନ ର ଆଶ୍ରୟ,

          ଵୃଦ୍ଧ ପିତମାତାଙ୍କର ସାଜେ ନିରାଶ୍ରୟ।

   ନୁହେଁ ସେ ଅବଳା ନୁହେଁ ସେ ଦୁର୍ବଳ,

          ଦୁନିଆ ଆଗରେ ସେ ପୁରୁଷ ହାତ ର ବଳା।

   ପୂଜା ପାଇଥାଏ ସାଜି ଦେବୀମହାମୟୀ,

          ଦୁନିଆ କୁହଇ ତାକୁ ବୋଝ ର ମୁଣ୍ଡାଇ।

    ଝିଅ ହୋଇ ସାଜିଥାଏ ବାପାଙ୍କର ପରି,

          ଶାଶୂଘରେ ସାଜିଥାଏ ପଞ୍ଜୁରୀ ର ଶାରି।

    ଜନ୍ମିଥାଏ ଝିଅ ହୋଇ ଯଉଁ ପିତାର ଘରେ,

          ଦିନେ ସାଜି ଥାଏ ସେ ଅତିଥି ସେ ଦୁଆରେ।

    ଝିଅ ହୋଇ ରଖେ ଯିଏ ବାପଘର ମାନ ,

          ହୋଇଥାଏ ଶାଶୂଘର ପାଇଁ ଅସନମାନ ର କାରଣ।

    ବାପଘରେ ପାଇଁ ସିଏ ପରଘର ଧନ,

           ଶାଶୂଘର ପାଇଁ ସେ ନିନ୍ଦା ର କାରଣ।

   ସାଜେ ସିଏ ପ୍ରିୟତମା ସାଜେ ପୁଣି ସାଥି ,

           ସେ ନାରୀ କରାଇ ତୋର ବଂଶ ର ପ୍ରଗତି।

   ପାଏ ସେ କେତେ କଷ୍ଟ ହୁଅଇ ଧର୍ଷଣ,

           କାହିଁ ରେ ପୁରୁଷ ତାକୁ ଦଉଚୁ କଷଣ।

   ଗର୍ଭ କଷ୍ଟ ପାଇ ଜନ୍ମ ଦେଲା ଯଉଁ ନାରୀ,

          ବୃଦ୍ଧକଳେ ସନ୍ତାନ ଠୁ ଯାଏ ସିଏ ହାରୀ।

    କାହିଁ କରୁଚୁ ରେ ଅଧମ ନାରୀର ଅସମାନ,

          ଭୁଲିଯାଇଅଛୁ କି ତୁହିଁ ତାଠାରୁ ତୋର ଜନ୍ମ।

   ଦୁହିତା ଜନମ ପାଇ ଦୁଈକୂଳର ସେ ହିତା,

           ପରପାଇଁ ଝରୁଥାଏ ତାର ଆଖିର ମୁକୁତା।

   ନିଜ ପରିଚୟ ତାର ନାହିଁ ଏଠି କିଛି,

           ଭାବେ ନାରୀ ଏ ସଂସାରକୁ କାହିଁ ମୁ ଆସିଛି।

   ତାଠାରୁ ଆରମ୍ଭ ସୃଷ୍ଟି ତାଠାରେ ଶେଷ,

        କାହିଁ କରୁନାହଁ ତାର ଦୁନିଆ ରେ ବିକାଶ।

   ନାରୀ ବିନା ନାହିଁ ତୁମ ଜୀବନ ର ଗତି,

         ନାରୀର ସନମାନ ରେ ଏ ଦୁନିଆର ପ୍ରଗତି।


                                 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational