Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Silu Patro

Romance

3  

Silu Patro

Romance

ମନମୋର

ମନମୋର

1 min
251



ମନ ମୋର ଯାଯାବର......

    ବୁଲୁଥାଏ ଏଠିସେଠି....... 

ତୋ ମନ ଠିକଣାରେ.....

    ରହିବାକୁ ସବୁ ରାତି ।

 ମନ ମୋର ପ୍ରଜାପତି........

    ଘୁରି ବୁଲେ ଏଠିସେଠି......... 

ତୋ ମନ ବଗିଚାରୁ............

    ମହୁ ଖୋଜେ ନିତି ନିତି ।

ମନ ମୋର ଝରା ଫୁଲ.........

    ଝରିପଡ଼େ ସବୁ ରାତି..........

 ତୋ ମନ ମନ୍ଦିରରେ..........

    ପୂଜାପାଇବାକୁ ନିତି ।

ମନ ମୋର ସ୍ୱପ୍ନଟିଏ.........

     ଘୁରିବୁଲେ ସବୁ ରାତି......

ତୋ ଆଖି ପଲକ ରେ .........

     ସାଜିବାକୁ ତୋର ସାଥି ।

ମନ ମୋର ଗୀତଟିଏ.…....

     ଗାଉ ଥାଏ କେତେ ଗୀତି......

ତୋ ହୃଦୟ ଛୁଇଁବାକୁ..........

     ଶୁଭୁଥାଏ ଏଠିସେଠି ।

ମନ ମୋର ଖୋଲା ବହି........

     ଲେଖା ସେଠି ପ୍ରେମ ପୋଥି........

ତୋ ଓଠର ଛୁଆଁ ପରେ.........

     ବରଷେ କେତେ ପୀରତି ।

ମନ ମୋର ଖାଲି ଘର...........

     ଶୂନ୍ୟତାର ଚାବିକାଠି...........

ତୁମେ ଆସିଯିବା ପରେ..........

     ଭରିଦେଲା ମଧୁରାତି ।

ମନ ମୋର ପୂଜା ଘର...........

     ରହିଛି ସେଠି କେତେ ଭକ୍ତି.........

ତୁମେ ସେଠି ଦେବତା ମୋର.........

     ପୂଜା କରେ ତୁମକୁ ନିତି ।



Rate this content
Log in

Similar oriya poem from Romance