ପ୍ରିୟତମା ର ବର୍ଣ୍ଣନା
ପ୍ରିୟତମା ର ବର୍ଣ୍ଣନା
ଆଗୋ ଚନ୍ଦ୍ରମୁଖୀ ଚନ୍ଦ୍ର ବଦନା,
କିପରି କରିବି ତୁମ ବର୍ଣ୍ଣନା
ସୁନ୍ଦରୀ ମୋ ପ୍ରିୟତମା ,ନାହିଁ ତାର ତୁଳନା ,
ପ୍ରେମ ତାର ଅମୂଲ୍ୟ, କରିପାରେ ନାହିଁ କଳନା ।
ସୁନ୍ଦରତା ଗହଣା ତାର, ଅପାଦମସ୍ତକ ଭରା ,
ତାର ସୁନ୍ଦରତା ଆଗେ, ଫିକା ଲାଗେ ଚନ୍ଦ୍ରମା ।
ଯାହାର ପାଦ ସ୍ପର୍ଶ ରେ ହସି ଉଠେ କମଳିନୀ ,
ଚାଲି ତାର ଶବ୍ଦ ହୀନ ସତେ ସୁନା ହରିଣୀ ।
ଗୋରା ଦେହେ ତାର ନାଲି ଶାଢ଼ୀ ର ଶୋଭା,
ସତେ ଅବା ଆକାଶ ବକ୍ଷ ରେ ଇନ୍ଦ୍ରଧନୁ ର ଉଭା ।
ହାତେ ତାର ଚୁଡିର ରୁଣୁଝୁଣୁ ଶବ୍ଦ,
ସତେ ଅବା ପାହାଡ ବକ୍ଷରେ ଝରଣାର କୁଳୁକୁଳୁ ନାଦ ।
ମନ ତାର ସତେଜତା ଫୁଲ ଠାରୁ କୋମଳ,
ହୃଦୟ ତା ମେଘ ଭରା ଆକାଶ ଠାରୁ ନିର୍ମଳ ।
ଓଠ ତାର ସତେ ଅବା ଗୋଲାପର ପାଖୁଡା,
ହସ ତାର ମଧୁଭରା ଭଜନ ର ଅଖାଡା।
କଣ୍ଠ ତାର ସତେ ଅବା କୋକିଳର ଶବ୍ଦ,
କଥା ତାର ହୃଦ ଭରା କରେ ମନ ମୁଗ୍ଧ ।
ନୀଳ ନୟନା ତାର ସତ ନୀଳ ସାଗର,
କଜଳ ତାର ଲାଗେ ମୁକ୍ତା ସତ ଶାମୁକାର ।
କପାଳ ର ନାଲି ବିନ୍ଦୁ ବଢାଏ ତା ଶୋଭା,
ସତେ ଅବା ଚନ୍ଦ୍ର ଦେହେ କଳଙ୍କର ଉଭା ।
କେଶ ତାର ଘନ କଳା ମେଘ ସମ୍ଭାର
ଦେଖି ସେହି କେଶ ଶୋଭା ନାଚି ଉଠେ ମୟୁର ।
ଅନାମିକା ପ୍ରିୟା ମୋର ଲାଗେ ରାଜହଂସୀ,
ବାସ ତାର ରାଜନିଗନ୍ଧା , ପୁଲକିତ ମଧୁ ରାତି ।
ଦେଖି ତାର ସୌନ୍ଦର୍ଯ୍ୟ କୁ ପ୍ରକୃତି ବି ହୁଏ କାବା,
ଅମାବାସ୍ୟା ରାତି ରେ ବି ଚମକେ ତାର ଶୋଭା ।
ଦେଖି ତାର ଆଖି ଠାର ମେଘ ଯାଏ ବର୍ଷି,
ଫିକା ଲାଗନ୍ତି ତାର ଆଗେ ରମ୍ଭା ଓ ଉର୍ବଶୀ ।
ଗଜଗାମିନି ପ୍ରିୟା ମୋର ମୋନମୋହିନୀ,
ତୁମ ସୁନ୍ଦରତା ପ୍ରିୟା ଗୋ ଦେଲି ମୁ ବଖାଣି ।