କାଳିଆ ସାଆନ୍ତ
କାଳିଆ ସାଆନ୍ତ
ନୀଳାଚଳ ଧାମେ ରହୁଅଛ ତୁମେ
ନୀଳାଚଳିଆ ନାମକୁ ବହି...........
ବରଷକୁ ଥରେ ଯାତ୍ରା ଭିଅଇଣ
ଭକ୍ତ ମେଳକୁ ଆସୁଛ ଧାଇଁ.........।
ହଟିଆ ଠାକୁର ହଟ ଭିଆଉଛ
କରି କେତେ ଭଙ୍ଗୀ ନାଟ...........
ସେ ନାଟ ଦେଖିବାକୁ ଭକ୍ତ ସୁଅଛୁଟେ
ବଡ ଦାଣ୍ଡେ ହୁଅ ଭେଟ.......।
ଟାହିଆ ଖୋସାଇ , ପହଣ୍ଡି ସଜାଇ
ଭାଇ ଭଉଣୀ ଙ୍କୁ ସାଙ୍ଗେ ନେଇ........
ନବ ଦିନ ପ୍ରଭୁ ଜାତ କରୁଅଛ
ନନ୍ଦିଘୋଷ ରଥକୁ ବାହି........।
ଲାଲୀ ଅଧର ଓଠରେ ତୁମର
ମୁରୁକି ହସକୁ ଛାଇ..........
କଳା ଦେହେ କଳା ରଙ୍ଗ ବୋଳି ଅଛ
ଚକା ନୟନ ସୁନ୍ଦର ଦିଶଇ.....।
ପନ୍ଦର ଦିନର ଜ୍ୱର ପରେ ପ୍ରଭୁ
ନବଯୌବନ ଦର୍ଶନ ପାଇଁ........
କାହିଁ କେତେ ଦୂରୁ ଭକ୍ତ ସୁଅ ଛୁଟେ
ତୁମ ସହ ଦେଖା ହବା ପାଇଁ......।
ଭାଇ ଭଉଣୀଙ୍କୁ ସଙ୍ଗେ ଘେନି
ପ୍ରଭୁ ଗୁଣ୍ଡିଚା ମନ୍ଦିର ଯାଇ...........
ଲକ୍ଷ୍ମୀ ସାଆନ୍ତାଣି ଙ୍କୁ ପାସୋରି କି ଦେଲ
ମାଉସୀ ମା ହାତରନ୍ଧା ଖାଇ.......।
ଭକ୍ତ ସାଲବେଗ, ଦାସିଆ ବାଉରୀ
ପୁଣି ଡାକ ଦେଲେ କି ପ୍ରଭୁ କେହି........
ଭକତ ଗୁହାରି ଶୁଣିବାକୁ ରାଜା
ରାଜ ଉଆଁସୁ ବାହାରି ଆସୋଈ......।
ହେରପଞ୍ଚମୀ ରେ କୋପ ଭରା ହୋଇ
ହଟି କମଳନି ହଟ ଭିଆଇ......
ନନ୍ଦିଘୋଷ ରଥ ଭାଙ୍ଗି ଦେଇଗଲେ
ନିଜ ବଡପଣ କୁ ଦେଖାଇ......।
ନବ ବିବାହିତ ସାନ୍ତାଣି କୁ ଛାଡି
ଆସିଛ ଭକ୍ତଙ୍କ ଭକ୍ତି କୁ ଚାହଁ.......
ଗଲାଦିନ ପ୍ରଭୁ ମା କମଳା ଙ୍କ ପାଇଁ
ରୋସେଗୋଲା ନବାକୁ ଭୁଲିବ ନାହିଁ.......।
