ସେରେ ଉପହାର
ସେରେ ଉପହାର
କବିତା - ସେରେ ଉପହାର
ରଚନା - ପଞ୍ଚାନନ ଜେନା
ତାରିଖ -୦୫-୦୩-୨୦୨୬
+++++++++++++++
ନଈକୂଳିଆ ଛୋଟମୋଟ ଗାଁରେ
ଦୈବାତ୍ ରାତିଏ ରହିଥିଲି ଥରେ
ଅନେକ ଆଗ୍ରହ ଅନୁରୋଧ ପରେ
ଆଜି ମନେ ପଡ଼େ ଦିନକୁ ଥରେ
ପ୍ରଥମ ପ୍ରେମର ଆଦ୍ୟ ସନ୍ତକ କେରେ
ପ୍ରଥମ ପ୍ରେମୀକା ପ୍ରୀତି ପ୍ରତୀକ ଫେରେ
ପାଇଥିଲି ଅଭୁଲା ଅଲିଭା ଉପହାର ସେରେ
ସୁବର୍ଣ୍ଣରେଖା କୂଳେ ତାଳବଣ ଗାୟକ
ସୁଷମା ମଞ୍ଜରୀ ସୁନ୍ଦରୀ ଚାଳଘର
ବନ୍ଧା ପଡ଼ିଗଲି ପ୍ରେମଫାନ୍ଦରେ ମୂକ ନାୟକ
ଅଜାଣତେ ମନ ଦିଆନିଆ କାରବାର
ମାଟି କାନ୍ଥରେ ଦୁହିଁଙ୍କ ନାଁରେ ମନ ମୂଳକ
ଲେଖିଦେଇଥିଲା ଯୁଗ୍ମ ଜୀବନ ଗାରେ
ଅତି ଆପଣାର ନିଜ ପରିଚୟ ଆତ୍ମା ସାୟକ
ଲାଗୁଥିଲା ଅଧା ରାତିର କାଳି ଅନ୍ଧାରେ
ପାଇଥିଲି ଅଭୁଲା ଅଲିଭା ଉପହାର ସେରେ --୧
ନଈକୂଳିଆ ପବନ ବଜେଇ ସାହାନାଇ
ଗାଉଥିଲା ସଂଗୀତର ସାତସୁର
ମିଳନ ପର୍ବରେ ମେଘ ମେଦୁର ନୁପୁର
ନାଚୁଥିଲା ଛମ୍ ଛମ୍ ଶ୍ରାବଣ ଥରହର
ସେହି ସୁର ସଙ୍ଗମକୁ ଆଉ ଥରେ ଗାଇବାକୁ
ମନ ପ୍ରୟାସ କହୁଛି ଆରମ୍ଭୁଛି ବାରବାର
ଅତି ସୁନ୍ଦର ଭାବାବେଗ ଉନ୍ମେଷ ସମ୍ଭାର
ଭାବୁଥିଲି ଜଗେଇବ ପୁଣି ଅଦିନ ଅମ୍ବରେ
ପାଇଥିଲି ଅଭୂଲା ଅଲିଭା ଉପହାର ସେରେ --୨
