STORYMIRROR

Tapaswini Sarangi

Abstract Fantasy

3  

Tapaswini Sarangi

Abstract Fantasy

ଜହ୍ନ

ଜହ୍ନ

1 min
227


ପୁନେଇଁ ଜହ୍ନ ମୁଁ   କାଳିମା ଆକାଶେ

    କୁମୁଦର ପ୍ରାଣ ପ୍ରିୟ

ନକ୍ଷତ୍ର ଗହଣେ   ଆଭା ପରକାଶେ

    ହୋଇଲେ ରାତ୍ରି ସମୟ।।

ଗଗନେ ଭୁବନେ   ବ୍ୟାପିଯାଏ ସଦା

     ମୋର ଶୀତଳ ଜୋଛନା

ସାଗର ଛାତିରେ  ଜୁଆର ଉଠାଇ

    କରେ ତାକୁ ଆନମନା।।

ଦେଖିଛି ମୁଁ କେତେ  କବିକୁଳ ଯେତେ

   କରିଛନ୍ତି ମୋର ବ୍ୟାଖ୍ୟା

କେବୋଲେ ଶଶାଙ୍କ  କେ କହେ ଚନ୍ଦ୍ରମା

    କିଏ ଦିଏ ଇନ୍ଦୁ ଆଖ୍ୟା।।

ବିରହି ପ୍ରେମିକ   ମୋ ମୁଖ ମଣ୍ଡଳେ

    ପ୍ରେମିକାର ମୁହଁ ଖୋଜେ

ଛୋଟ ଶିଶୁଙ୍କର  ଖୁସିର ଆସର

     ଜହ୍ନ ମାମୁଁ ପୁଣି ସାଜେ।।

ମୁଁ ଯେ ଶେଫାଳିର  ଯାତନାର ସାକ୍ଷୀ

      ରଜନୀଗନ୍ଧାର ବାସ

ଝରା ଶେଫାଳି ବା  କାହିଁକି ଜାଣିବ

    ମୋ ମନ ଅବଶୋଷ।।

ଶଶକ ଛୁଆର   ମୃଗତୃଷ୍ନା ସାଜି

    ଶଶାଙ୍କ ନାମ ବୋଲାଏ

ବାଦଲ ଉହାଡୁ ଲୁଚି ଲୁଚି କେବେ

   କଳଙ୍କ ମୋ ଧୋଉଥାଏ।।

କୃଷ୍ଣ ପକ୍ଷେ କେବେ  ଆସେ ନାହିଁ ମୁଁ ଯେ

     ଶୁକ୍ଳ ପକ୍ଷେ ଆସିଯାଏ

ମୋ ମନ ଯାତନା   ଅବା ଉନ୍ମାଦନା

   ଧରଣୀ ରାଣୀ କୁ କୁହେ।।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract