STORYMIRROR

Biswaranjan Mohanty

Fantasy

3  

Biswaranjan Mohanty

Fantasy

ଜୀବନ ବାସ୍ତବତାର କୋହ

ଜୀବନ ବାସ୍ତବତାର କୋହ

1 min
253


ଜୀବନ..... 

କେବେ ସ୍ବପ୍ନ ବାସ୍ତବତାର କୋଳାହଳ 

ପୁଣି କେବେ ଯନ୍ତ୍ରଣା ବିଫଳତାର ଅଶ୍ରୁଦଳ..... ll 

ଜୀବନ, 

କେବେ ମଧୁର ସଙ୍ଗୀତର ରାଗିଣୀ 

ପୁଣି କେବେ ଛାତି ତଳର ଅକୁହା କାହାଣୀ... ll 

ଜୀବନ, 

କେବେ ମଧୁ ଯାମିନୀର ଜ୍ୟୋସ୍ନା 

ପୁଣି କେବେ ମନତଳେ କେବେ ବି ମେଣ୍ଟୁ ନଥିବା ତୃଷ୍ଣା... ll

ଜୀବନ, 

କେବେ ପ୍ରେମ ପ୍ରଣୟ ର ଫଲଗୁଧାର 

ପୁଣି କେବେ ବିରହୀ ଆତ୍ମାର ଆହକର..... ll 

ଜୀବନ, 

କେବେ ଗୋଧୂଳି ବେଳାର ମଧୁରିମା 

ପୁଣି କେବେ କଳଙ୍କ ବଦନାମା ର କାଳିମା.... ll 

ଜୀବନ, 

କେବେ ସମୁଦ୍ର ଶଯ୍ୟା ରେ ସ୍ବପ୍ନର ବାଲିଘର 

ପୁଣି କେବେ ହୃଦୟ ହୀନ ଅଶାନ୍ତ ଦୁଆର..... ll 

ଜୀବନ, 

କେବେ ସାତସୁର ର ସଙ୍ଗୀତ 

ପୁଣି କେବେ ସ୍ୱର ହୀନ ବେସୁରା ଗୀତ.... ll 

 ଏଇତ ଜୀବନ ର ବାସ୍ତବତା କୋହ... 


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy