STORYMIRROR

Sunanda Mohanty

Classics Fantasy Others

4  

Sunanda Mohanty

Classics Fantasy Others

ମେଘ

ମେଘ

1 min
334


ମେଘବର୍ଣ୍ଣା ର ମେଘ କବରୀରେ

ମେଘାର ମେଘରାଗ

ତୁମେ ନୀଳମେଘ ନୀଳାମ୍ବରୀ ସାଜି

ଢାଳି ଦିଅ ଅନୁରାଗ

ନୀଳଆକାଶରେ ମେଘସଵାରୀରେ

ମେଘରେ ଅନେକ ଦାଗ

ନୀଳମେଘ କହେ ନୀଳ ନୀଳିମାରେ

ନୀଳମେଘି ସାଥେ ନୀଳପୂର୍ଣ୍ଣକୁମ୍ଭ

ନୀଳ ନୀଳ ଆଖି ଶ୍ରାବଣର ମେଘରେ

ଶ୍ରାବଣୀ ଦେଖାଏ ନୀଳରାଗ

ନୀଳ ନୀଳିମାରେ କଳାମେଘି ମେଘ

ନୀଳମେଘକୁ ଦେଖାଏ ପାଗ

ଏମିତି ଏ ବରଷା ନୀଳମେଘ ନେଇ

ଆସୁଅଛି ଯୁଗ ଯୁଗ

ନୀଳମେଘର ସେ ନୀଳ ନୟନକୁ 

ନୀଳମୌସୁମୀର ଅଭିଯୋଗ

ନୀଳାଦ୍ରିବିହାରୀ ନୀଳଜଳ ସମୁଦ୍ରରେ

ନୀଳବରଷାର ଦେଖି ଢଙ୍ଗ

ନୀଳନୟନରେ ନୀଳଆକାଶକୁ କହନ୍ତି

ନୀଳମେଘକୁ ସଜାଇ ରଙ୍ଗ

ମେଘୁଆ ମେଘର ଗରଜନେ ମେଘାମ୍ବରୀ

ଆସୁଛି ବଦଳାଇ ପାଣିପାଗ

ମେଘ ସଵାରୀରେ ମେଘରାଇଜରୁ ମେଘ

ଆସୁଛି ନେଇ ନୀଳମେଘ

ଆଖିରେ କେଶରେ ଗହମ ଚାଲିରେ ବୋଲିରେ

ମେଘର ସୌନ୍ଦର୍ଯ୍ୟ ସଂଗୀତ ରାଗ

ସାରେ ଗାମା ପାଧା ନିଶା ସାନି ଧାପା ମାଗା ରେସା

ମେଘର ମେଘୁଆ ରଙ୍ଗ ଢଙ୍ଗ ବାଗ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics