ପ୍ରତୀକ୍ଷା
ପ୍ରତୀକ୍ଷା
କଳା ଆଖି ତମ
କଳା କୁନ୍ତଳ ଘେରା
ଝୁମ୍ପା ଶୋହେ ନାସିକାରେ
ମୁଖ ମଣ୍ଡଳର
ବାମ ପାଖ ତମ
କାହା ପ୍ରତୀକ୍ଷାରେ ଝଳେ ?
ଜାଣିଛି ତମେ
ପ୍ରତୀକ୍ଷା କରିଛ
କେବେ ବସନ୍ତ ମଳୟ ବହିବ
କେବେ ତମ
ତରୁ ଡାଳେ
ପିକ ତା ଝଙ୍କାର ତୋଳିବ ?
ପ୍ରତୀକ୍ଷା ତମର
ମିଳନ ପାଇଁକି
ଜୀବନେ ରସର ଝରଣ ଲୋଡ଼
କଥା ଦେଲି
ଯିବି ତମ ପାଶ
ଲଙ୍ଘି ମୋ ସଂସାର ବାଡ଼ ......।।

