ନିବିଡ଼ ବନ୍ଧୁତା
ନିବିଡ଼ ବନ୍ଧୁତା
କବିତା - ନିବିଡ଼ ବନ୍ଧୁତା
ରଚନା - ପଞ୍ଚାନନ ଜେନା
ତାରିଖ -୧୨-୧୨-୨୦୨୫
+++++--++++++++-
କେବେ ନିଜ ସହିତ ଗପିଛ କି?
କେବେ ପାଗଳ ପରି ପ୍ରଳାପ କରିଛ କି?
ପଚାରିବ ଆଜି
ଉତ୍ତର ଭିତରୁ ନ ଆସିଲେ
ଚେଷ୍ଟା କରିବାକୁ ଭୂଲିବନି ବୋଲି ଭାବିଛ କି?
ନିଜକୁ ନିଜ ଆଖିରେ ଦେଖିଛ କି?
ନିଜକୁ ନିଜ ବ୍ୟକ୍ତିତ୍ବ ଆଗରେ ମାପିଛ କି?
ଶତକଡ଼ା କେତେ ଦେଇ ପାରିଲ ଅଙ୍କ
ମନେ ମନେ ଭାବିପାର
ଉତ୍ତର ମିଳୁ ମିଳୁ ବିଳମ୍ବ ହେଲେ
ଅଙ୍କ ବଢ଼େଇବାକୁ ଚେଷ୍ଟାରେ ପ୍ରଚେଷ୍ଟା ହେବ କି?
ମନ ନିକିତିରେ ଓଜନ କରିଛ କି?
ମନ ଦର୍ପଣରେ ନିଜକୁ ନିରେଖି ଦେଖିଛ କି?
ଭଲ ମନ୍ଦର ପାପ ପୂଣ୍ୟର ହିସାବ କରିଛ କି?
ଏମିତି ହିସାବ ନିବାସ କରୁ କରୁ
ଅନ୍ତଃକରଣରୁ ପ୍ରତ୍ୟୁତ୍ତର ଧିମା ଧିମା ଶୁଭିଲେ
ଅନୁଶୋଚନାର ପ୍ରଶ୍ଚାତାପ କରିଛ କି?
ଆତ୍ମାର ଅଦାଲତରେ ନିଜକୁ ଠିଆ କରେଇଛ କି?
ତର୍କ ବିତର୍କର କାଠଗଡ଼ା ଭିତରେ କେବେ ପାଇଛ କି?
କେସର ହାରିବା ଜିତିବାରେ ଅଙ୍କ କସୁ କସୁ
ହାରିବା ପକ୍ଷରେ ରହିଗଲା ପରେ
ମନ ମସ୍ତିସ୍କରେ ଦୀର୍ଘଶ୍ଵାସ କେବେ ନେଇଛ କି?
ସମସ୍ତେ କହୁଛନ୍ତି ଅମୂକ ବ୍ୟକ୍ତି ଅଛି ଖୁସିରେ
ସାହି ପଡ଼ିଶା ବନ୍ଧୁ ପରିଜନ ବି ସେହି କଥାରେ
ପୂରା ଦୁନିଆ କହୁଛି ଉପାର୍ଜନ ଉତ୍ପାଦନ ମଥାରେ
ସଭିଏଁ ଗାଉଛନ୍ତି ବ୍ୟବହାର ଆଡମ୍ବର ମସ୍ତିରେ
ମାତ୍ର ମନ ତଳେ ଲୁଚିଛି ଅକୁହା କଥା
ମନ ମଗଜରେ ପାଚିଲାଣି ଅକୁହା ବ୍ୟଥା
ବନ୍ଧ ଝରକା ଖୋଲିବାକୁ ଚେଷ୍ଟା କରିଛ କି?
ସମୟ ହାତରେ ଏ ଛାର ଜୀବନ ଡୋରୀ
ଈଶ୍ଵର ଧରିଛନ୍ତି ଲଗାମ ହୁଗୁଳା କରି
ଅନ୍ତ8ର୍ମନରେ ଉଠେ ଭର୍ମିମାଳା ମନ ଦରିଆ ଚିରି
ନିଜ ସହିତ ନିବିଡ଼ ବନ୍ଧୁତା ନିହାତି ଜରୁରୀ
