STORYMIRROR

Prafulla Chandra Mishra

Fantasy

4  

Prafulla Chandra Mishra

Fantasy

ମୌସୁମୀ ସ୍ଵାଗତ

ମୌସୁମୀ ସ୍ଵାଗତ

1 min
379


ପ୍ରତୀକ୍ଷା ଅନ୍ତ ନୁହଇ

ନିଦାଘ ତାଡନା ସହି,

ମେଦିନୀ ପାଣ୍ଡୁର ଶୁଷ୍କ ମୟ ରୂପ ହୋଇ

ଦୃଶ୍ୟଗତ ହୁଏ କାହିଁ ମଉସୁମୀ କାହିଁ;


ବୃକ୍ଷ ଲତା ସବୁ ମଊଳା ବିରୂପ ରୂପ

ବିବର୍ଣ୍ଣ କରିଛି ନିଦାଘ ନିର୍ଦ୍ଦୟ କୋପ;

 

କାହିଁ ହଜିଲା ମୌସୁମୀ 

ଆସ ଦିବ୍ୟାଙ୍ଗନା ଚାତକ ପରାୟ

ଚାହିଁଅଛି ଶୁଷ୍କ ଭୂଇଁ , ତୁମ ଆଗମନ ପାଇଁ ।।


ଆକୁଳ ବିକଳ କୋହ

ଶୁଣି ମୌସୁମୀ ଅଥୟ,

ସଜ ବାଜ ହୋଇ ଆସିବା ପାଇଁକି ସତୀ

ଆସୁଅଛି ଦେଖ କରିବାକୁ ଅଭିନୟ;


ଅପରୂପ ରୂପା ରୁତୁ ରାଜ ଜେମା ଦୟା

କରି ଆସେ ଦେଖି ନିଦାଘ ନିର୍ଦୟ କାୟା;


ମେଘୁଅ ଅନ୍ଧାର କରି

ଉନ୍ମନା ପ୍ରମଚେ ଆସିଲାଣି ଦେଖ

ଆକାଶ ଆଛନ୍ନ କରି, ନିଦାଘ କୁ ଘଉଡାଇ ।। 


ମେଘ ହାନ୍ଦୋଳା ରେ ଚଢି

ପିନ୍ଧି ଘନନୀଳ ଶାଢ଼ୀ,

ତା ଚନ୍ଦ୍ରିକା ତୋଳି ନୃତ୍ୟ ରତା କେକା ରଡି

ଆସୁଛି ମୌସୁମୀ ମହା ଆଡମ୍ଵର କରି; 


ନୀଳାମ୍ବରୀ ପାଟ ଚନ୍ଦ୍ରାତପ ଅଛି ପଡି

ଆନନ୍ଦରେ ଭେକ ଦେଉଛନ୍ତି ହୁଳହୁଳି


ଇନ୍ଦ୍ରଧନୁର ତୋରଣ

ସଜାଇ ସ୍ଵାଗତ କରୁଛି ପ୍ରକୃତି

କର ଧରାବତରଣ, ତୁମକୁ ରହିଛି ଚାହିଁ ।।


ମୌସୁମୀ ମନୋଇ ଝିଅ

ଖୋଜେ ନିର୍ଭୟ ଆଶ୍ରୟ,

ବିସ୍ତୃତ ଘନ ବନାନୀ କୋଳ ତା ଅଭୟ

ଇତସ୍ତତେ ଖୋଜେ ଆକୁଳ ଚିତ୍ତ ଅଥୟ;


ସେ ଆଶ୍ରୟ ଆସି ଖୋଜୁଛି ମୌସୁମୀ ବାଳା

ଓଡିଶା ରାଇଜେ ବନ ପଡିଛି ମୁକୁଳା


କେଉଁଠି ରହିବ ଖୋଜେ

ମଣିଷ ଅହନ୍ତା ହୋଇଛି ତାପାଇଁ

ସେ ପାଇଁ ମୌସୁମୀ ଲୁଚେ, କେଉଁଠି ଖୋଜିବ ଯାଇ ।।


ନବ ଯୌବନ ସମ୍ପର୍ଣ୍ଣା

ସାକ୍ଷାତେ ଦେବ ଅଙ୍ଗନା,

ମଉସୁମୀ ଦେବୀ ଶୁଭ ଦୃଷ୍ଟି ଦେବେ କିନା

ସବୁଜ ବଳୟ ଖୋଜେ ମୌସୁମୀ ଅଙ୍ଗନା;


ଆଶ୍ରୟ ପାଉନି ଗଛ ବୃଛ ନାହିଁ ସବୁ

କାଟନ୍ତି ତସ୍କର ଡରଲାଗେ କହିବାକୁ


ମୁହଁ ସୁଖାଇ ମୌସୁମୀ

ଖଣ୍ଡ ସ୍ଵଳ୍ପ କାହିଁ ବହୁଳ ବରଷା

ପଡିଆ ପଡିଛି ଜମି,କେବଳ ହିଁ ଗଛ ପାଇଁ।।


ତଥାପି ଭରଷା କରି

ଚାହିଁଛି ରସା ସୁନ୍ଦରୀ,

ମଉସୁମୀ ସତୀ ଆସ ପ୍ରୀୟବତୀ ନାରୀ

ଶୀତଳ ପରଷ ଝରାଇ ଅମୃତ ବାରି;


ଆଗୋ ଦିବ୍ୟାଙ୍ଗନା ଧରଣୀର ସହଚରୀ 

ତୁମ ଆଗମନେ ଖେଳଇ ସୁଖ ଲହରୀ


ବହୁଛି ପୂବେଇ ବାଆ

ସୁପ୍ତ ଭୃଣ ଯେତେ ଅଙ୍କୁରିତ ହୋଇ

ନୀଳପରୀ ରୂପ ଆହା,ପାଳନ କର୍ତ୍ତୀତ ତୁହି ।। 



 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy