ଜଗତଯାକର ନାଥ
ଜଗତଯାକର ନାଥ
ମୋ ପ୍ରଭୂ କାଳିଆ ସାଆନ୍ତେ ପରା
ଜଗତଯାକର ନାଥ ବୋଲି ସିଏ
ଜଗତର ନାଥ ଜଗନ୍ନାଥ
ସବୁ ଦେଶ ଏବେ ସବୁ ଭାଷା ଭାଷୀ
ପୂଜନ୍ତି ତାହାର ନେତ
ବିଦେଶିନୀମାନେ ଛୋଟ କପଡ଼ାରେ
ପୂଜନ୍ତି ଜଗତନାଥ
ସେମାନେ ବି ଏବେ ପିନ୍ଧିଲେଣି ବସ୍ତ୍ର
ଯେମିତି ଭାରତ ଭକ୍ତ
କାହିଁକି ଲଙ୍ଗଳା ବୋଲିକି ଆମେ
ଭାଳେଣି ପକାଇ ଥାଉ
ପାସୋରି ଦେଇଛି ଅନ୍ଧ ପୁଟୁଳି ବାନ୍ଧି
ଲଙ୍ଗଳା ବିଦେଶୀ ଭାବି
ଜଗତର ନାଥ କାଳିଆ ସାଆନ୍ତେ
ଗୋପୀ ହରା କଳା କୃଷ୍ଣ
ବସ୍ତ୍ର ହରିନେଲା ଗୋପୀଙ୍କର ସେତ
ଗାଧୁଆ ତୋଠାରୁ ସତ
ପ୍ରତ୍ୟହ ରାତିରେ ଦେବଦାସୀ ସେବା
ନଲାଗିଲେ ଶ୍ରୀମନ୍ଦିରେ
ପହଡ଼ ପଡ଼େନି ଜଗା କାଳିଆର
ଜାଣିଛେ ଆମେ ସମସ୍ତେ
ଭାବରେ ସେ ବନ୍ଧା
ଭାବ ବିନୋଦିଆ ଚକା ଆଖି
ନାଟୁଆ ନାଗର ନାଟ ଲଗାଇଛି
ନୀଳାଚଳେ ବସିକରି
ଭକତ ଭାବରେ ବନ୍ଧା ସେ କାଳିଆ
କୃଷ୍ଣ ଚେତନାରେ ଭରି
କଳିଯୁଗେ ମନ ଚୋରା ସେ ରସିଆ
ବିଦେଶିନୀ ମନ ହେଳେ ସେ ଜିଣିଛି
ନେଇଛି ଚିତ୍ତ ଚୋରାଇ
କାଳିଆ ପାଖରେ ମନ ଯେ ଦେଇଛି
ମନ ତାର ଚୋରାଇଛି
ଅଭିନ୍ନ ଠାକୁର ଜଗତରେ ଏକା
ଗହଳି ସେ ଲଗାଇଛି |