STORYMIRROR

Dr. Rajib Lochan Panigrahy

Classics Fantasy

4  

Dr. Rajib Lochan Panigrahy

Classics Fantasy

ଜଗତଯାକର ନାଥ

ଜଗତଯାକର ନାଥ

1 min
224

ମୋ ପ୍ରଭୂ କାଳିଆ ସାଆନ୍ତେ ପରା

ଜଗତଯାକର ନାଥ ବୋଲି ସିଏ

ଜଗତର ନାଥ ଜଗନ୍ନାଥ

ସବୁ ଦେଶ ଏବେ ସବୁ ଭାଷା ଭାଷୀ

ପୂଜନ୍ତି ତାହାର ନେତ

ବିଦେଶିନୀମାନେ ଛୋଟ କପଡ଼ାରେ

ପୂଜନ୍ତି ଜଗତନାଥ

ସେମାନେ ବି ଏବେ ପିନ୍ଧିଲେଣି ବସ୍ତ୍ର

ଯେମିତି ଭାରତ ଭକ୍ତ 

କାହିଁକି ଲଙ୍ଗଳା ବୋଲିକି ଆମେ

ଭାଳେଣି ପକାଇ ଥାଉ

ପାସୋରି ଦେଇଛି ଅନ୍ଧ ପୁଟୁଳି ବାନ୍ଧି

ଲଙ୍ଗଳା ବିଦେଶୀ ଭାବି 

ଜଗତର ନାଥ କାଳିଆ ସାଆନ୍ତେ

ଗୋପୀ ହରା କଳା କୃଷ୍ଣ

ବସ୍ତ୍ର ହରିନେଲା ଗୋପୀଙ୍କର ସେତ 

ଗାଧୁଆ ତୋଠାରୁ ସତ 

ପ୍ରତ୍ୟହ ରାତିରେ ଦେବଦାସୀ ସେବା

ନଲାଗିଲେ ଶ୍ରୀମନ୍ଦିରେ

ପହଡ଼ ପଡ଼େନି ଜଗା କାଳିଆର

ଜାଣିଛେ ଆମେ ସମସ୍ତେ 

ଭାବରେ ସେ ବନ୍ଧା

ଭାବ ବିନୋଦିଆ ଚକା ଆଖି

ନାଟୁଆ ନାଗର ନାଟ ଲଗାଇଛି

ନୀଳାଚଳେ ବସିକରି

ଭକତ ଭାବରେ ବନ୍ଧା ସେ କାଳିଆ 

କୃଷ୍ଣ ଚେତନାରେ ଭରି

କଳିଯୁଗେ ମନ ଚୋରା ସେ ରସିଆ 

ବିଦେଶିନୀ ମନ ହେଳେ ସେ ଜିଣିଛି

ନେଇଛି ଚିତ୍ତ ଚୋରାଇ 

କାଳିଆ ପାଖରେ ମନ ଯେ ଦେଇଛି

ମନ ତାର ଚୋରାଇଛି

ଅଭିନ୍ନ ଠାକୁର ଜଗତରେ ଏକା

ଗହଳି ସେ ଲଗାଇଛି |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics