STORYMIRROR

Keshab Chandra Dash

Abstract Classics Fantasy

4  

Keshab Chandra Dash

Abstract Classics Fantasy

କେଉଁ ନାମ ଧରିଡାକିବି ମାଁ ତତେ?

କେଉଁ ନାମ ଧରିଡାକିବି ମାଁ ତତେ?

1 min
310

କେଉଁ ନାମ ଧରି ଡାକିବି ମାଁ ତତେ

ଅଟେ ତୋର ନାମ କେତେ,

ଭିନ୍ନ ଭିନ୍ନ ନାମେ ପାଉଅଛୁ ପୂଜା 

ତୁହି ମାଁ ସାରା ଜଗତେ ।


ସତୀ, ସାଧ୍ୱୀ, ଭବପ୍ରିତା

ମାଗୋ ଭବାନୀ ଭବମୋଚିନୀ

ଆର୍ଯ୍ୟା, ଦୁର୍ଗା, ଜୟା, ଚାଦ୍ୟା

ତ୍ରିନେତ୍ରା ଶୁଳଧାରିଣୀ ।


ପିନାକ ଧରିଛୁ ମାଗୋ

ନାମ ପିନାକଧାରିଣୀ

ଚିତ୍ରା,ଚନ୍ଦ୍ରଘଣ୍ଟା, ମହାତପା ନାମେ

ତୁହି ମଙ୍ଗଳକାରିଣୀ।


ମନ, ବୁଦ୍ଧି, ଅହଙ୍କାରା

ନାମ ଚିତ୍ରରୁପା

ଚିତା, ଚିତୀ , ସର୍ବମନ୍ତ୍ରମୟୀ

ମାଗୋ ବିଶ୍ବରୁପା ।


ସତ୍ତା,ସତ୍ୟାନନ୍ଦସ୍ୱରୁପିଣୀ

ତୁହି ମାଁ ଅନନ୍ତା

ପ୍ରଣାମ ଘେନ ମାତ ମୋର

ହେ ବିଶ୍ଵନୀୟନ୍ତା।


ଭାବିନୀ, ଭ।ବ୍ୟା, ଭବ୍ୟାଭବ୍ୟା

ମାଗୋ ସଦାଗତି

ପଦ ତଳେ ଥାଉ ସଦା

ମିଲୁ ଗତି ମୁକ୍ତି।


ଶାମ୍ଭଵୀ , ଦେବମାତା ତୁ 

ଚିନ୍ତା, ରତ୍ନପ୍ରିୟା

ମଙ୍ଗଳ ଦାୟିନୀ ତୁହି

ମାଗୋ ମହାମାୟା ।


ଦକ୍ଷ ଘରେ ଜନ୍ମ ନେଲୁ

ମାଗୋ ଦକ୍ଷକନ୍ୟା

ଦକ୍ଷ ଯଜ୍ଞ ବିନାଶିନୀ

ନାମ ତୋ ଅପର୍ଣ୍ଣା।


ଅନେକବର୍ଣ୍ଣା ,ପାଟଳା 

ତୁ  ପାଟଳାବତୀ 

ପଟ୍ଟାମ୍ୱର ପରିଧାନା 

ମାଗୋ ଭଗବତୀ।


କଳମଞ୍ଜରୀରଞ୍ଜିନୀ ମାଗୋ

ଜଗତଈଶ୍ୱରୀ

ଅମେୟାବିକ୍ରମା,କ୍ରୁରା

ସୁନ୍ଦରୀ, ସୁର ସୁନ୍ଦରୀ।


ବନଦୂର୍ଗା ,ମାତଙ୍ଗୀ ନାମେ

ଉଡାଇଛୁ ଧ୍ଵଜା

ମତଙ୍ଗମୁନିପୂଜିତା ତୁହି

ଜୟ ମାଁ ଗିରିଜା।


ବ୍ରାହ୍ମୀ ,ମାହେଶ୍ୱରୀ, ଐନ୍ଦ୍ରି 

କୌମାରି,ବୈଷ୍ଣବୀ

ଅଭୟ ଦାୟିନୀ ମାଗୋ

ନାମ ତୋ ଭୈରବୀ ।


ଚଣ୍ଡ, ମୁଣ୍ଡ ନାଶ କଲୁ 

ନାମ ତୋ ଚାମୁଣ୍ଡା 

ଶଙ୍ଖ, ଚକ୍ର,ଗଦା,ପଦ୍ମ

ହାତେ ତୋର ଖଣ୍ଡା।


ବରାହ ଉପରେ ଚଢ଼ି

ନାମ ହେଲା ତୋ ବାରାହୀ

ସୌଭାଗ୍ୟର ଦେବୀ ମାଲୋ

ବାନା ଉଡାଉଛୁ ତୁହି ଲକ୍ଷ୍ମୀ ନାମ ବହି ।


ପୁରୁଷାକୃତି ଭବାନୀ

ମାଗୋ ବିମାଲୋତ୍କର୍ଶିନି

ଜ୍ଞାନା, କ୍ରିୟା, ନିତ୍ୟା,ବୁଦ୍ଧିଦା ତୁହି 

ବହୁଳା ବହୂଳାପ୍ରେମା ଭବାନୀ।


ସର୍ବବାହନବାହନା ମାଁ ଲୋ

ନିଶୁମ୍ଭଶୁମ୍ଭହନନୀ

ମହିଷାସୁରକୁ ବଧ କଲୁ ତୁହି

ଜୟ ମହିଷାସୁରମର୍ଦ୍ଧିନୀ।


 ମଧୁକୈଟଭହନ୍ତ୍ରୀ ତୁ

ଚଣ୍ଡ ମୁଣ୍ଡ ବିନାଶିନୀ 

ସର୍ବସୁରବିନାଶା ମାଁ 

ସର୍ବଦାନବଘାତିନୀ।


ସର୍ବଶାସ୍ତ୍ରମୟୀ , ସତ୍ୟା

ସର୍ବାସ୍ତ୍ରଧାରିଣୀ 

ଅନେକଶସ୍ତ୍ରହସ୍ତା ତୁ

ଜୟ ମାଁ ଜଗତ ଜନନୀ।


ଅନେକାସ୍ତ୍ରଧାରିଣୀ ,କୁମାରୀ

ଏକ କନ୍ୟା କୈଶୋରି

ଯୁବତୀ, ୟତି, ଅପ୍ରୋଢ଼ା 

ପ୍ରୋଢା,ବିଶ୍ୱେଶ୍ୱରି ।


ବୃଦ୍ଧମାତା,ବଳପ୍ରଦା,

ମହୋଦରୀ, ମୁକ୍ତକେଶୀ 

ଘୋରରୁପା, ମହାବଳା 

ଅଗ୍ନିଜ୍ଵ।ଳା, ରୌଦ୍ରମୁଖୀ।


କାଳରାତ୍ରି,ତପସ୍ଵିନୀ

ନାରାୟଣୀ,ଭଦ୍ରକାଳୀ

କି ନାମେ ପୂଜିବି ମାତ

ହେଉଛି ମୁଁ ଭାଳି ।


ଶିବଦୁତି, କରାଳି ତୁ

ଅନନ୍ତା ପରମେଶ୍ଵରୀ,କାତ୍ୟାୟନୀ

ସାବିତ୍ରୀ ପ୍ରତ୍ୟକ୍ଷା ମାଗୋ

ପ୍ରଣାମ ବ୍ରହ୍ମ ବାଦିନୀ।


କେଉଁ ନାମ ଧରି ଡାକିବି ମାଁ ତତେ

ଥଳ କୁଳ ପାଉନାହିଁ

ଶତ ନାମ ସ୍ତୋତ୍ର ପାଠ କରି ତୋର 

ଗୁହାରି କରୁଛି ମୁହିଁ।


ଏତେ ନାମ ଧରି ଡାକିବି କାହିଁକି

ଧରୁଥିବି ମାଆ ଡାକ

ଶରଣ ଗଲି ମାଁ ତୋର ପାଦ ତଳେ

ଫେଡ଼ ମୋର ଦୁଃଖ ଶୋକ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract