ବଞ୍ଚିରହେ ମହିରୁହ
ବଞ୍ଚିରହେ ମହିରୁହ
କବିତା - ବଞ୍ଚିରହେ ମହିରୁହ
ରଚନା - ପଞ୍ଚାନନ ଜେନା
ତାରିଖ -୧୫-୧୨-୨୦୨୫
++++++++++++++++++++
ବାଟରେ ଚାଲୁ ଚାଲୁ ସଂପର୍କ ବାନ୍ଧିବା
ଭଲ ପାଇବାକୁ ପ୍ରେମ କାହାଣୀର ନାଁ ଦେବା
ବୋଧେ ମାଟି ମଣିଷର ଜୀବନ ରେଖା
ଏକ ତରଫା କହଦହ ହେବା ହିଁ ଭାଗ୍ୟରେଖା
ଅନେକଙ୍କ ମତରେ
ବିରହକୁ ପ୍ରେମ ଭାବିବା ଗୋଟେ ଆନନ୍ଦ
ପ୍ରୀୟ ମଣିଷର ବିରହ
ପ୍ରୀୟ ପୁରୁଷର ସ୍ମୃତିଫର୍ଦ୍ଦକୁ କଲେ ପାଥେୟ
ପ୍ରେମ ପୃଥିବୀରେ ମିଳିବ ଅଚିରେ ନିରାନନ୍ଦ
ମିଳନ ଠାରୁ ଅପେକ୍ଷା ହିଁ ପ୍ରେମ
ପାଖ ଠାରୁ ଦୂରତା ହିଁ ପ୍ରେମଫ୍ରେମ
ରଙ୍ଗହୀନ ଜୀବନ ହିଁ
କଷ୍ଟ କଣ୍ଟକିତ ଜୀବନ ହିଁ
ରଙ୍ଗୀନ କାଗଜ ଫୁଲ ପରି ସୁବାସହୀନ
ବଳକା ଆୟୁସକୁ ସଂବଳ କରି ରଖେ ଅର୍ବାଚୀନ
ନିଆଁ ଜଳାଏ ଛାତି ତଳେ ରହି ରହି ବିରହ
କୁହୁଳି କୁହୁଳି ଝୁଣ୍ଟାଏ ଲହୁ ଲୁହାଣ କରାଏ ଅହରହ
ମଧୁର ସଂଜବେଳ କୁ କରାଏ ପାଗଳପ୍ରାୟ
ମୃଣ୍ମୟ ସକାଳ ପ୍ରହରକୁ ସଜାଏ ପ୍ରଳାପମୟ
ମାତ୍ର ପ୍ରୀୟତମର ପାଖେ ଆଖେ ଥାଏ ଭାବନାର ଖିଅ
ନିରୋଳା ପ୍ରହରେ ନିସ୍ତବ୍ଧ କୁଞ୍ଜରେ ବୁହାଏ ପ୍ରେମର ଭଜାଣି ସୁଅ
ମନ ପୁରୁଷ ପାଇଁ ବଂଚିରହେ ନିତି ମରୁଥିଲେ ବି ମହିରୁହ
କି କହିବି ଆଉ ବିରହର ନୈସର୍ଗିକ ଶୋଭା
ପ୍ରୀୟ ମଣିଷର ଠିକଣା ଜଣା ନ ଥିଲେ ବି
ପ୍ରଥମ ପୁରୁଷ ସହ ହାତଗଣ୍ଠି ପଡିନଥିଲେ ବି
ମନ ମନ୍ଦିରରେ ଅଖଣ୍ଡ ଦୀପପରି
ଜଳୁଥାଏ
ପ୍ରେମ ସଳିତାର ଅଲିଭା ଅସରନ୍ତି ଅଭା

