ଧର୍ମଦାଣ୍ଡେ ଧର୍ମଭୀରୁ
ଧର୍ମଦାଣ୍ଡେ ଧର୍ମଭୀରୁ
କବିତା -ଧର୍ମଦାଣ୍ଡେ ଧର୍ମଭୀରୁ
ରଚନା - ପଞ୍ଚାନନ ଜେନା
ତାରିଖ -୧୨-୧୨-୨୦୨୫
++++++++++++++++++++
ବିଶ୍ୱାସେ ମିଳଇ ହରି
ନିଃଶ୍ୱାସେ ପ୍ରଶ୍ୱାସେ ଧାଉଁ ଭକ୍ତି ଲହରୀ
ଆଚରଣ ଉଚ୍ଚାରଣେ ଦିଶୁ ସତ୍ୟ ପ୍ରହରୀ
ଭୂଲ ଅନ୍ୟାୟ ଅନିତି କାମ କରିବାବେଳେ
ନୀତି ବିରୁଦ୍ଧରେ ପାଦ ଖସେଇଲା ବେଳେ
କେହି ଜଣେ ବିରୋଧ କରେ
ଅନ୍ତଃକରଣରେ
ନିରନ୍ତର ବୁଝେଇ ସୁଝେଇ ତରଙ୍ଗ ଭରେ
ମନ ମଗନରେ ମୁଣ୍ଡ ମଗଜରେ
ଧ୍ୟାନ ପବନରେ ଆତ୍ମା ସଦନରେ
ପରିବର୍ତ୍ତିତ ପରିସ୍ଥିତିରେ ଧୌର୍ଯ୍ୟସ୍ତମ୍ଭ ସ୍ଥାପନ କରେ
ମୋ ସାଙ୍ଗସାଥି ମୁରୁକି ହସି କହନ୍ତି
ମୁଁ କୁଆଡ଼େ ଧର୍ମଦାଣ୍ଡେ ଧର୍ମଭୀରୁ
ଈଶ୍ଵରଙ୍କୁ ଡରୁଛି ଛେରୁଛି ତୁନି ରହୁଛି
ମୁଁ କୁଆଡ଼େ ମହମରଥି ମହାଗୁରୁ
ସହିବାକୁ ପଡ଼େ ଟାହି ଟାପରା
ଚୂପ ରହିବାକୁ ପଡ଼େ ଶୁଣି
ଛାତି ଫଟା
ମୂନିଆ ଶବ୍ଦବାଣ ଅଫେରା
ତୁଣ୍ଡି ଲଗେଇବାକୁ ପଡ଼େ ଜାଣିଶୁଣି
ସ୍ଵଳ୍ପ ଶିକ୍ଷିତ ଆଗରେ ବାଗେଇ
ଉଚ୍ଚ ଶିକ୍ଷିତ ଆଗରେ ଆଣ୍ଠେଇ
ଅହଙ୍କାରୀ ଆଗରେ ମୁଣ୍ଡ କୁଣ୍ଡେଇ
ରଣହୁଙ୍କାରି ଆଗରେ ମୌନୀ ସମ୍ମତି ଜଣେଇ
ଭାଁ ପାଟିଆ ଆଗରେ ମୁରୁକି ହସିଦେଇ
ଗୋଟିଏ ସର୍ତ୍ତରେ ଗୋଟିଏ ତର୍କରେ
ମୁଣ୍ଡପାତି ସହିଯାଏ
ଈଶ୍ଵରଙ୍କୁ ଖରାପ ନ ଲାଗୁ
ଭଗବାନଙ୍କ ଦରବାରରେ ନ ଲାଗୁ
ନାସ୍ତିକ ଭାବନା
ଭଲ ମନ୍ଦ ପରା ତାଙ୍କରି ଯୁଆଣ ଭିଆଣ
କାହିଁ ଅପରାଧି ହେବି କରି ଛଳନା ପ୍ରବଞ୍ଚନା
