ବାସେ ବାରମାସ
ବାସେ ବାରମାସ
କବିତା - ବାସେ ବାରମାସ
ରଚନା - ପଞ୍ଚାନନ ଜେନା
ତାରିଖ -୦୮-୧୨-୨୦୨୫
++++++++++++++++
ପ୍ରଥମ ଦେଖାରେ
ଆଖିରେ ଆଖି ମିଶିଗଲା ପରେ
ଚାରି ଚକ୍ଷୁର ମିଳନ ସରିଲା ପରେ ପରେ
ଖାଲି ଖୁସି ଫୁଲର ରଙ୍ଗ ରାସ
ଖାଲି ଅତର ଶିଶି ଖୋଲା ସୁବାସ
ଖାଲି ପୌଷ ମାସରେ ବି ବାସୁଥାଏ ମଧୁମାସ
ଦ୍ଵିତୀୟ ଦେଖାରେ
ଓଠ ତୁଠରେ ଖେଳିଯାଏ ମୃଦୁହସ
ମୁଖ ମୟୁଖରେ ଦିଶିଯାଏ ଖୁସିରସ
ଲଲାଟ କପାଟରେ ଗଜୁରିଯାଏ ମଧୁରାସ
ଅଙ୍ଗେ ସଙ୍ଗେ ସର୍ବାଙ୍ଗେ ଖେଳିଯାଏ ମହୁରସ
ତୃତୀୟ ଦେଖାରେ
ମନରେ ପ୍ରାଣରେ ଉଠିଯାଏ ଉର୍ଦ୍ଧ୍ଵଶ୍ଵାସ
ଚେତନାରେ ବର୍ଣ୍ଣନାରେ ଫିଟିଯାଏ କଳ୍ପବାସ
ହୃଦୟରେ ଅନ୍ତରରେ ଅଗରବତିର ମଧୁକୁଞ୍ଜବାସ
ଆତ୍ମାରେ ପରମାତ୍ମାରେ ଆବୋରିଯାଏ ପ୍ରେମରସ
କେବେ ଅନ୍ୟ ଦେଖା ସାକ୍ଷାତ ହେଉ କି ନ ହେଉ
କେବେ ଅନନ୍ୟ ସ୍ବପ୍ନ ଦର୍ଶନରେ ଭୋଟଘାଟ ହେଉ
ବାକି ଜୀବନ ସାରା ଆବର୍ତ୍ତନରେ ଘୂର୍ଣ୍ଣନରେ
ସେହି ତିନୋଟି ସ୍କୃତିଫର୍ଦ୍ଦକୁ ସାଇତି ରଖି ପାରିଲେ
ସେହି ତିନୋଟି ମହାର୍ଘ ମୁହୁର୍ତ୍ତିକୁ ଗଣ୍ଠିଧନ କରି ପାରିଲେ
ପ୍ରେମ ପାଲଟେ ପୀୟୁଷ
ପ୍ରେମ ମଲାଟେ ଆୟୁଷ
ପ୍ରେମ ବାସେ କିଆଫୁଲ ପରି ବାରମାସ
ଜୀବନ କାଳ ସୁବାସ ବିତରି ମଧୁମାସ l

