STORYMIRROR

Sangita Mishra Satapathy

Tragedy

3  

Sangita Mishra Satapathy

Tragedy

ବିଳାପିତ ମାତୃତ୍ବ

ବିଳାପିତ ମାତୃତ୍ବ

1 min
169


 ଉଠିପଡ ଧନ ଉଠିପଡ

 ଖାଇ ନାହୁଁ କେତେବେଳୁ ଧନ

ଲାଗି ଗଲାଣି ତ ପେଟ ତୋର।


ବାବୁ ଘରେ ଥିଲା ଆଜି ଭୋଜି

ଫେରିବା ଡେରି ହୋଇଲା ବୋଲି କି

ରୁଷି କି ନିଦରେ ଶୋଇଛୁ କି।


କେତେ ଭୋଜି ଭାତ, ଖିରୀ, ପୁରି,

ଧନ ମୋ ଥିବ ଭୋକ ଉପାସରେ

ହୃଦ ହେଉଥିଲା ମୋର କୋରି ।


ବଡଲୋକଙ୍କର ବଡ ଭୋଜି

ଖାଇବା ଅଳ୍ପ ଫିଙ୍ଗିବା ବେଶୀ

ଅଳିଆଦାନୀରୁ ଆଣିଛି ଗୋଟାଇ

ତୋ ପାଇଁ ଧନ ମୁଁ ସେଠୁ କିଛି।


ବଡ ବୁଝନ୍ତିନି ମନକଥା

ପିଲାଟିଏ ଖିରି ଦନା ଦେଲା 

ଯତନେ ଆଣିଛି ଖାଇପକା

କରିବିନି ଆଉ ଜମା ଡେରି

ଆ ମୋ କୋଳକୁ ଧନମାଳି

ଉଠୁନି କାଇଁ ମୋ ଶଙ୍ଖାଳି।


କି କରିବି ଆଉ ଏଇ ଖିରି

ଜଗନ୍ନାଥ ଶୁଣ ଏଇ ଅଳି 

କରନା କାହାକୁ ହତଶିରୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy