Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Nikunja Ghosh

Tragedy

3  

Nikunja Ghosh

Tragedy

କରୋନା ସଚେତନତା

କରୋନା ସଚେତନତା

1 min
199



କରୋନା ପରିକା    ମହାମାରୀ କେତେ 

          ଜଗତୁ ହୋଇଛି ବିଦା 

ମହାମାରୀ ଅନ୍ତ     ବେଳକୁ ମଣିଷ

              ମରିଛନ୍ତି ଗଦା ଗଦା ।

କରୋନା ରାକ୍ଷସ     ଚାଇନାରୁ ଆସି  

           ତାଣ୍ଡବ ଚଳାଏ ଆଜି 

ନୀତି ଅମାନିଆ     କାରଣରୁ ଠିଆ        

    ହୁଏ ଯମରାଜ ସାଜି ।

ଏଥିରୁ ମୁକତି       ବ୍ରହ୍ମଅସ୍ତ୍ର ରୂପେ       

      ନୀତି ନିୟମକୁ ମାନ 

ଦୂରତା ବଜାଇ       ମାନି ସ୍ୱାସ୍ଥ୍ୟ ବିଧି  

          ଜୀବନ ରଖିଥା ଧନ ।

ମୁଖେ ବାନ୍ଧି ଦେଇ      ତୁଣ୍ଡି କପଡାକୁ 

           ସଚେତନ ବାଣୀ ରଖ 

କରି କରାଇଲେ      ସଚେତନ ଆମେ

          ପରାଣ ରହିବ ଦେଖ ।

ଦୂରଦରଶନେ      ବେତାର ଯନ୍ତ୍ରରେ 

           କରୁଥାଅ ସଚେତନ 

ଜନ ଗହଳିଠୁ       ଦୂରେଇ ରହିବା

           ଶୁଣୁଥାଅ ଦେଇ ମନ । 

ଖାଇବା ଆଗରୁ      ଫଳ ପରିବାକୁ  

          ଯତନେ ଧୋଇବ ଜାଣ 

ଅନାବଶ୍ୟକରେ      ଘରୁ ବାହାରନି 

           କହୁଛି ପକାଇ ରାଣ । 

ନେଉଥିଲେ ବନ୍ଧୁ     ଯଥା ନିୟମରେ   

          କରୋନା କେନ୍ଦ୍ରରୁ ଟିକା 

ସମାଜରୁ ନିଶ୍ଚେ    କରୋନା ପ୍ରକୋପ

           ପଡିଯିବ ରଂଗ ଫିକା ।

ଦୁଇ ଥର ଟିକା   ଅବଶ୍ୟ ଘେନିବ   

         ତା'ସାଥେ ଲଢିବା ପାଇଁ 

ଦୃଢ ମନବଳ       ରଖିଥିବା ସଦା

            ଜୀବନ ଧରିବା ପାଇଁ ।

ଏମନ୍ତ ପ୍ରକାର      କିଛି ବିଧି ସାଥେ

            ଚଳିଲେ ଜୀବନ ଧରି 

 ବିଜୟର ସାଥେ  ସଂସାରରୁ ଯିବ      

     କରୋନାର କାଳ ସରି ।   

 


Rate this content
Log in