Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nikunja Ghosh

Tragedy

3  

Nikunja Ghosh

Tragedy

କରୋନା ସଚେତନତା

କରୋନା ସଚେତନତା

1 min
338


କରୋନା ପରିକା    ମହାମାରୀ କେତେ          

ଜଗତୁ ହୋଇଛି ବିଦା 

ମହାମାରୀ ଅନ୍ତ     ବେଳକୁ ମଣିଷ             

ମରିଛନ୍ତି ଗଦା ଗଦା ।।

କରୋନା ରାକ୍ଷସ     ଚାଇନାରୁ ଆସି            

ତାଣ୍ଡବ ଚଳାଏ ଆଜି 

ନୀତି ଅମାନିଆ     କାରଣରୁ ଠିଆ            

ହୁଏ ଯମରାଜ ସାଜି ।। 

ଏଥିରୁ ମୁକତି       ବ୍ରହ୍ମଅସ୍ତ୍ର ରୂପେ             

ନୀତି ନିୟମକୁ ମାନ 

ଦୂରତା ବଜାଇ       ମାନି ସ୍ୱାସ୍ଥ୍ୟ ବିଧି           

ଜୀବନ ରଖିଥା ଧନ ।। 

ମୁଖେ ବାନ୍ଧି ଦେଇ      ତୁଣ୍ଡି କପଡାକୁ            

ସଚେତନ ବାଣୀ ରଖ 

କରି କରାଇଲେ      ସଚେତନ ଆମେ           

ପରାଣ ରହିବ ଦେଖ ।। 

ଦୂରଦରଶନେ      ବେତାର ଯନ୍ତ୍ରରେ           

କରୁଥାଅ ସଚେତନ 

ଜନ ଗହଳିଠୁ       ଦୂରେଇ ରହିବା           

ଶୁଣୁଥାଅ ଦେଇ ମନ ।। 

ଖାଇବା ଆଗରୁ      ଫଳ ପରିବାକୁ            

ଯତନେ ଧୋଇବ ଜାଣ

ଅନାବଶ୍ୟକରେ      ଘରୁ ବାହାରନି            

କହୁଛି ପକାଇ ରାଣ ।। 

ନେଉଥିଲେ ବନ୍ଧୁ     ଯଥା ନିୟମରେ            

କରୋନା କେନ୍ଦ୍ରରୁ ଟିକା

ସମାଜରୁ ନିଶ୍ଚେ    କରୋନା ପ୍ରକୋପ           

ପଡିଯିବ ରଂଗ ଫିକା ।। 

ଦୁଇ ଥର ଟିକା     ଅବଶ୍ୟ ଘେନିବ            

ତା'ସାଥେ ଲଢିବା ପାଇଁ 

ଦୃଢ ମନବଳ      ରଖିଥିବା ସଦା             

ଜୀବନ ଧରିବା ପାଇଁ ।। 

ଏମନ୍ତ ପ୍ରକାର      କିଛି ବିଧି ସାଥେ            

ଚଳିଲେ ଜୀବନ ଧରି  

ବିଜୟର ସାଥେ     ସଂସାରରୁ ଯିବ            

କରୋନାର କାଳ ସରି ।।   


Rate this content
Log in

Similar oriya poem from Tragedy