Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nikunja Ghosh

Tragedy

3  

Nikunja Ghosh

Tragedy

ଅଦିନିଆ ବର୍ଷା

ଅଦିନିଆ ବର୍ଷା

1 min
401



ଅଦିନିଆ ବର୍ଷା    ଧରଣୀ ବୁକୁରେ 

             ବରଷୁଛି ଆଜିକାଲି 

ଚାଷ ଅମଳରେ    ହୋଇ ହନ୍ତସନ୍ତ     

      ଚଷା ମୁଖ ପଡେ ନାଲି ।


ବିଧିର ବିଧାନ     କେ କରିବ ଆନ

             ନିୟତିର ହାତେ ବନ୍ଧା 

ବରଷ କେମିତି    କାଟିବ ବୋଲି କି

             ଚଷା ମୁଣ୍ଡ ହୁଏ ଚନ୍ଦା ।


କ୍ଷେତରେ ଭାସୁଛି   ବରଷର ଚାଷ 

             ପେଟକୁ ଯାଉନି ଦାନା 

କେମିତି ଧରିବ     ଜୀବନକୁ ଆମ          

   ଚଷା ଭାଇ ଚାଷ ବିନା ।


ବାଡି ବଗିଚା ତ    ଉଜୁଡ଼ି ଯାଇଛି    

      ଚଷା ମୁଣ୍ଡେ ଦିଏ ହାତ 

ପେଟ ପୂରିବାକୁ     କୋଉଁଠୁ ମିଳିବ           

 କିଏ ଦେବ ମୁଠେ ଭାତ ।


ମୁଗ,ବିରି,ଧାନ     ପରିବା ପତର     

     ଆଶା ବାନ୍ଧି ଚାଷ କଲା

 କେତେ କାହାଠାରୁ    ଧାର ଉଧାରରେ

           ଋଣ ନେଇ କରିଥିଲା ।


ଚାଷରୁ ମୁନାଫା     ଆଣି ସୁଝାଇବ 

             ଆଣିଥିବା ଟଙ୍କା ଋଣ

 ଧୋଇ ନେଲା ସବୁ    ହାତେ କିଛି ନାହିଁ

            ଆଣିବାକୁ ଟିକେ ଲୁଣ ।


ଯମରାଜ ସାଜି     ହୋଇଲା ଯେ ଉଭା

           ଅଦିନିଆ ବର୍ଷା ଆଜି

 ପେଟ ପାଇଁ ମୁଠେ    ଆଣିବାକୁ ଚଷା

           ଲୁହରେ ଯାଉଛି ଭିଜି ।


ଅଦିନ ମେଘରେ     ଭୋଗୁଛି ଦୁର୍ଦିନ

             ଜଗତକୁ ଯିଏ ପାଳେ 

ବିଧାତାର ଖେଳ     ଏମିତି କାହିଁକି            

ଏତେ କଷ୍ଟ ତାକୁ ମିଳେ ।    



Rate this content
Log in

Similar oriya poem from Tragedy