STORYMIRROR

Lunar Das

Tragedy

3  

Lunar Das

Tragedy

ନା ବିତିଯାଏ ଫାଲ୍ଗୁନ

ନା ବିତିଯାଏ ଫାଲ୍ଗୁନ

1 min
160


ଅବାରିତ ଧାରାରେ

ଦିନେ ପ୍ଲାବନୀରେ

ଉଛୁଳି ପଡୁଥିବା ନଦୀ

ଆଜି ଶୁଷ୍କ ଧାରା ଟିଏ

ତେବେ ବି ମୁଁ ଦେଖେ

ସେଇ ସେତା ପଡିଯାଇଥିବା ଆଖିର

ଜୀବନକୁ ସହି ଯାଇଥିବା ଧୈର୍ଯ୍ୟକୁ ।

ନା ପ୍ରତିବାଦ ନା ହସିବାର କୃପଣତା

ବାସ୍ ସେଇ ସଂଯତଚେତା ଇଚ୍ଛାକୁ

ଯେଉଁଠି ପ୍ରେମିକା ଫେରିବାର

ଆଶା ନଥାଇ କି ବି ଅପେକ୍ଷାଟେ ଥାଏ।

ବୟସ ଗଡ଼ିଯିବା ପରେ ବି

ଆଶା ଓ ବିଶ୍ୱାସ ଟେ

ନଈର ଘାଟରେ ବନ୍ଧା ପଡ଼ିଯାଏ

ଅସରନ୍ତି ସ୍ମୃତି

କିଏ ବା ଚିହ୍ନିଛି

କାହାର ବିତି ଯାଇଥିବା ଫାଲ୍ଗୁନକୁ

ତେବେ ବି ଜୀବନ ହସେ ।

ଏ ଉନ୍ମେଷର ମୂଲ୍ୟକୁ କିଏ ବା

ତଉଲି ପାରିବ,

ଯେଉଁଠି ଜିଦି ପ୍ରେମଟେ

ଆଶା ବାଡ଼ିର ଭରସାରେ

ଏକ ଯୁବକ ମନର ପ୍ରତିଜ୍ଞାକୁ ନେଇ ବସିଛି।

ଏ ନଦୀର ବକ୍ଷ ଉପରେ

ସେ ନିଶ୍ଚିତ ଫେରିବ

ଯେତେବେଳେ ଷାଠିଏ ଦଶକର

ପୁରୁଣା ଡଙ୍ଗାରେ ଫାଟ

ସୃଷ୍ଟି ହୋଇ ନଥିବ,

ଭଙ୍ଗା ଆହୁଲାରେ ପାଣି ଛୁଇଁ

ଭାଙ୍ଗି ଯାଉ ନଥିବ

ସେଇ ସ୍ମୃତିର ଡଙ୍ଗାରେ ବସି

ପ୍ରିୟତମା ମୋର ଫେରିବ।

ଜୀବନର ପତ୍ରଝଡା ପରେ ବି

ବୈରାଗ ଟେ ଆସି ଯାଇନାହିଁ।

ଜୁଲିଆଙ୍କ ପ୍ରେମିକ ଆଖିରେ

ଗୋଲାପ ଦିନରେ ଗୋଲାପୀ ଭାବନା

ସେ ଯେ ଇଂଲିଶ୍ ପ୍ରେମୀ

ରୋଜ୍ ଡେ ରେ

ଫୁଲ ତୋଡ଼ା ଟେ

ନଦୀ କୂଳେ ରଖି ଦେଇ

କରନ୍ତି ପ୍ରେମିକା ଜୁଲିଆର ଅପେକ୍ଷା।

ଏ ଅପେକ୍ଷା ଟା ଖୁବ ଦୀର୍ଘ ଆଉ ଜୀବନ୍ତ

ବିତି ଯାଏ ପ୍ରହର

ସରିଯାଏ ଆୟୁଷର

ଗୋଟିଏ ଦିନ,

ନା ଫେରି ଆସେ ପ୍ରେମିକା

ନା ବିତି ଯାଏ ଫାଲ୍ଗୁନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy