STORYMIRROR

Gayatri Singh

Romance Tragedy Classics

3  

Gayatri Singh

Romance Tragedy Classics

ମୁଁ ଏକା ତୁମର

ମୁଁ ଏକା ତୁମର

1 min
199

ଫଗୁଣ କଣ ଫୁଲକୁ ଛାଡ଼ି ପାରେ 

ଜହ୍ନ କଣ ଜ୍ୟୋସ୍ନାକୁ ଛାଡ଼ି ପାରେ

ମେଘ କଣ ଶ୍ରାବଣକୁ ଛାଡି ପାରେ,

ଏମାନଙ୍କ ସମ୍ପର୍କ ରେ କଣ ଭଟ୍ଟା ପଡିପାରେ ।


ସମ୍ପର୍କ ଟା ଗୋଟେ ସୁତା ଖିଅ ନୁହେଁ ଯେ

କହିଦେଲେ ଛିଣ୍ଡିଯିବ କି 

ବାଲି ପଥରରେ ନିର୍ମିତ ଇମାରତ ନୁହେଁ ଯେ ଭାଙ୍ଗିଯିବ,

ତମ ମୋ ସଂପର୍କ ସୃଷ୍ଟି ହୋଇଥିଲା

ସୃଷ୍ଟି ର ଆଦ୍ୟ ଲଗ୍ନ ରେ

ସେଦିନଠୁ ତୁମେ କେବଳ ମୋର ହୋଇ ସାରିଥିଲ।


ଆମ ସମ୍ପର୍କ ଯୁଗଯୁଗର

ସେଇ ଏକା ସାକ୍ଷୀ ଆମ ସ୍ବର୍ଗୀୟ

ସଂପର୍କର ଏନ୍ତୁଡ଼ିଶାଳର ଅଗ୍ନି 

ବିବାହ ବେଦୀର ହୋମ ଅଗ୍ନି

ଚତୁର୍ଥୀ ରାତ୍ରିର ଦୀପ ଶିଖାର ଅଗ୍ନି

 ଆଉ ଜୁଇର ଶେଷ ଅଗ୍ନି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance