Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nikunja Ghosh

Others

3  

Nikunja Ghosh

Others

ଦେଶପ୍ରେମ ଓ ରାଷ୍ଟ୍ରନିର୍ମାଣ

ଦେଶପ୍ରେମ ଓ ରାଷ୍ଟ୍ରନିର୍ମାଣ

1 min
225


ବିଲେ ବିଲେ ବୋଲି     ଡାକୁଥିଲେ ମାତ            ଅନ୍ଧାର ଆସେ ମାଡି 

ଖୋଜି କରି ଦେଖନ୍ତେ    କଦଳୀ ବାଡିରେ         ବସିଥାଏ ଚକା ମାଡି ।। 


ମାଆଙ୍କ କାହାଣୀ       ରାମାୟଣ କଥା          ମନେପଡିଯାଏ ଯେବେ           

ପିଲାଟି ଦିନରୁ        ଅଦ୍ଭୁତ ଘଟଣା         ଘଟିଯାଉଥିଲା ସେବେ ।। 


ଦୁଃଖି ଜନଙ୍କର       ଦୁଃଖରେ ସେ ଦୁଃଖି       ସାହାଯ୍ୟେ ହୁଅଇ ବ୍ୟସ୍ତ

ବିଶ୍ୱନାଥ ଦତ୍ତ        ଭୁବନେଶ୍ଵରୀଙ୍କ         ପାଖରୁ ତାଙ୍କରି ଜାତ ।। 


କାଶୀ ବିରେଶ୍ୱର      ମହାଦେବଙ୍କର           ଆଶୀର୍ବାଦେ ବିଲେ ଜନ୍ମ 

କଲିକତା ଠାରୁ        ବିଶ୍ୱ ଦରବାରରେ        ସବୁଠି ତାଙ୍କରି ନାମ ।।


 ପିତାଙ୍କ ବିୟୋଗ       ଦୁଃଖ ଅନାଟନେ        ହେଲେ ନାହିଁ ବିଚଳିତ 

ଶ୍ରୀରାମକୃଷ୍ଣଙ୍କୁ        ଗୁରୁ ପାଇ କଲେ       ଧର୍ମ ଶାସ୍ତ୍ର ଚର୍ଚ୍ଚା ନିତି ।। 


ଭାରତ ଭ୍ରମଣେ        କରି ଧର୍ମ ସଭା         ପହଞ୍ଚିଲେ ଚିକାଗୋରେ           

ଜ୍ଞାନ ଓ ପାଣ୍ଡିତ୍ଯ       ବିଲେଙ୍କୁ ବସାଏ         ଧର୍ମର ସମ୍ମିଳନୀରେ ।। 


ସଭାସ୍ଥଳେ ନାନା       ଧର୍ମ ପ୍ରତିନିଧି            ରଖିଲେ ତାଙ୍କରି ମତ 

ଅଳପ ସମୟ         ଗେରୁଆ ବସ୍ତ୍ରକୁ         ମିଳେ ରଖିବାକୁ ମତ ।। 


ତାଙ୍କ ଧର୍ମ ଜ୍ଞାନ        ସଭାସ୍ଥଳେ କହେ         ବିଶ୍ୱ ଭ୍ରାତୃତ୍ୱର ମାନେ 

ଶିଷ୍ୟତ୍ୱ ଗ୍ରହଣ         କରିଲେ ବିଦେଶୀ       ତାଙ୍କ ଧର୍ମ ଓ ଦର୍ଶନେ ।। 


ନିବେଦିତା ନାମେ      ନାରୀ ମାର୍ଗାରେଟ       ତାଙ୍କ ପ୍ରିୟ ଶିଷ୍ୟା ଥିଲେ 

ଜନସେବା ପାଇଁ       ରାମକୃଷ୍ଣ ମିଶନ         ପ୍ରତିଷ୍ଠିତ କରାଇଲେ ।। 


ନାରୀଶିକ୍ଷା ଅବା       ଦରିଦ୍ର ସେବାରେ         ବ୍ୟସ୍ତ ସଦା ରହୁଥିଲେ 

ସ୍ୱାମୀ ବିବେକାନନ୍ଦ       ବିଶ୍ୱ ବିଜୟୀ ସେ       ଧ୍ୟାନମଗ୍ନେ ମୃତ୍ୟୁ ଗଲେ ।।               

 ======0====== 



Rate this content
Log in