STORYMIRROR

Swarnalata Dash

Tragedy

3  

Swarnalata Dash

Tragedy

କମ୍ପନ

କମ୍ପନ

1 min
125

କମ୍ପନ ତ ଅନେକ

ଭୂମିର ଅସନ୍ତୁଳନରେ

ଭୁକମ୍ପ ଥରାଇଦିଏ ହିଆ

 ଜୀବନ ମାୟାରେ ଉବୁଟୁବୁ.

ସଭିଏଁ ଅନ୍ୟ ମନସ୍କ

 କିଏ ନିଦ୍ରାବିଜଡିତ ରାତ୍ରୀ କୋଳେ

ଥରିଯାଏ ଚଉଦିଗ

କଂପମାନ ଶରୀର

କଂକ୍ରିଟ ଛାତ ଚଟାଣ ବି ଦୋଦୁଲ୍ୟମାନ

କିଛି ବୁଝିବା ଆଗରୁ

ପ୍ରକୃତି ଦେଖାଏ ତାଣ୍ଡବ

କିଏ ବା ବୁଝିବ ତା ମାୟାଖେଳ

ମିଛ ଅହମିକା ନେଇ

ଧାବମାନ ସଭିଏଁ ସମୟ ସୁଅରେ

କି ଦେଇଛି କି ପାଇଛି

ଅଜଣା ସଭିଙ୍କୁ

ଜୀବନରେ କମ୍ପନର ତ ଅନେକ ସ୍ୱର

ଦୁଃଖଦ ମୁହୂର୍ତ୍ତ କଂପମାନ ଦେହ

ନିର୍ଜୀଵ ପରିଭାଷା

ଫାଟିଯାଏ ଅନ୍ତର

ଘୁରିଯାଏ ମଥାନ

ଚତୁଃର୍ଦିଗ ଅନ୍ଧାର ଆଉ ଅନ୍ଧାର

ମାତ୍ର ସୁଖଦ କମ୍ପନ

ବେପଥୁ ଆଣେ ଶିହରଣ

ଅନନ୍ୟ ଅନୁଭବରୁ

ସମୟର ତାଳେ ତାଳେ

ମିଠା ସମ୍ମୋହନରେ ଭାସିଯାଏ

ହସ କାନ୍ଦ ସୁଖ ଦୁଃଖ

ମିଳନ ବିରହରେ

ପ୍ରାଣକୁ ମଧୁର ଛନ୍ଦରେ ଉଥଳ କରେ

ତ କେବେ ଭଟ୍ଟା ପଡ଼ିଯାଏ

ସୂକ୍ଷ୍ମ ଚେତନାରେ

ହୃଦୟ ବୀଣାର କମ୍ପନରେ

ସୁର ତୋଳେ ଷଡ଼ଜ ସ୍ଵରେ

ଅମୃତ ବେଳରେ

ଚେନାଏ ସ୍ମିତ ହାସ୍ୟ

ଉକୁଟେ ଓଠ ଧାରେ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy