STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

"ବିଶ୍ଵରେ ଭରିଛି ବିଷ"

"ବିଶ୍ଵରେ ଭରିଛି ବିଷ"

1 min
213

  

  ମନ ହୃଦୟ ରେ ଆତ୍ମାରେ

  ଚତୁର୍ଦ୍ଦିଗେ ଆଜି ଭରିଛି ବିଷ

  ମଣିଷ ହସୁଛି ଅଶାନ୍ତିର ହସ

  ବିଶ୍ଵାସ ରେ ବିଷ ନିଃଶ୍ୱାସ ରେ ବିଷ

  ପ୍ରକୃତି ରେ ବିଷ ପରିବେଶେ ବିଷ

    ବିଶ୍ଵରେ ଭରିଛି ସର୍ବତ୍ର ବିଷ ।


   ପରିବା ରେ ଅଧୁନା ଦେଖିବ

    କେବଳ ହିଂସା ଦ୍ୱେଷ ବିଦ୍ୱେଷ

   ଈର୍ଷା ପରଶ୍ରୀକାତରତାରେ

    ବୁଡିଛି ଆଜିର ମଣିଷ

   ନାହିଁ ସ୍ନେହ ଶ୍ରଦ୍ଧା 

   ନାହିଁ ପରସ୍ପର ମଧ୍ୟେ ବିଶ୍ଵାସ

   ଭଲ କୁ ଭେଲ ଭାଳେ ମଣିଷ

   ନ୍ୟାୟ କୁ ଅନ୍ୟାୟ

    ଧର୍ମ କୁ ଅଧର୍ମ ର ପିଆଏ ବିଷ

   ବିଶ୍ଵ ପରିବେଶ ହେଲାଣି ଧ୍ଵଂସ

    ଅଶାନ୍ତ ଏବେ ସମଗ୍ର ବିଶ୍ଵ

     ବିଶ୍ଵରେ ଭରିଛି ଚତୁର୍ଦ୍ଦିଗେ ବିଷ ।


   ବିଷାକ୍ତ ଏବେ ଜଳ, ସ୍ଥଳ, ବାୟୁମଣ୍ଡଳ

    ସାମାଜିକ, ଆର୍ଥିକ,

    ରାଜନୈତିକ ବ୍ୟବସ୍ଥା ସବୁ ଧୂଳି ଧୂସର

   ମଣିଷ ଜାତି ମନ ଆଜି ବିରସ

    ଆଗ ଭଳି ମଣିଷ ମନେ ନାହିଁ ସେ ହସ

    ଦୁଶ୍ଚିନ୍ତା ଦୁର୍ଦ୍ଦିନରେ ଦିନ କାଟେ ମଣିଷ

    ଅଧପତିତ ଆମ ସାମାଜିକ ପରିବେଶ

     ବିଜ୍ଞାନ ବଳେ ହୋଇ ବଳୀୟାନ

    ମଣିଷ କରୁଛି ପ୍ରକୃତି ମାତାକୁ ଧ୍ଵଂସ

      ଜୀବନ ପାଇଁ ଜୀବିକା ପାଇଁ

     ଆଜିର ମଣିଷ କରେ ସଂଘର୍ଷ

   ମଣିଷ ଜାତି ଭୁଲି ତା ନୀତି ଆଦର୍ଶ

     ବିଶ୍ଵରେ ଭରିଛି ସର୍ବତ୍ର ବିଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract