Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Tragedy

3  

Sarojini Mishra

Tragedy

" ମୁଁ ଏମିତି ପ୍ରେମିକଟିଏ"

" ମୁଁ ଏମିତି ପ୍ରେମିକଟିଏ"

1 min
159



ମୁଁ ଏମିତି ପ୍ରେମିକ ଟିଏ

ଯିଏ ପ୍ରେମିକାର ଛବି କୁ ନେଇ 

ନିଜ ସଙ୍ଗେ କଥା ହୁଏ -

ନଈ ପଠା ଧାରେ 

ଆମ୍ବ ବଉଳ ବାସ୍ନାରେ ଅବା

ଗୋଲାପର ନରମ ପାଖୁଡାରେ

ମୋ ପ୍ରେମିକାକୁ ଅନୁଭବ କରେ ।


ଚଉରା ର ସଞ୍ଜବତୀ

ମନ୍ଦିରର ଘଣ୍ଟା ଆଳତୀ ପାଖରେ

ତା ମୁହଁଟା ଜକ ଜକ ଦିଶେ ।

ମୋର ସମସ୍ତ କଳ୍ପନା ଜଳ୍ପନାର

ଆବେଗ ମାନେ

କଣ୍ଠ ରୋଧ କରୁଥାନ୍ତି

ହେଲେ ଶବ୍ଦ ରୂପ ନ ନେଇ

ପୁଣି ହୃଦୟରେ ଲୀନ ହୋଇ ଯାନ୍ତି ।


ମୁଁ ଏମିତି ପ୍ରେମିକଟିଏ

ସପନରେ ପହଁରି ପହଁରି

ଆନନ୍ଦ ସାଉଁଟେ ସିନା

ମୁହଁ ଖୋଲି କହି ପାରେ ନାହିଁ ।

ହେଲେ ତା ମୁହଁରେ ହସ ଦେଖି ଦେଲେ

ମୋ ମନଟା ଉତ୍ଫୁଲ୍ଲିତ ହୁଏ ।


ମୁଁ ଏମିତି ପ୍ରେମିକଟିଏ

ପ୍ରେମିକା କୁ କହିନାହିଁ

ମୋ ମନର କଥା

ଅନେକ ଶଦ୍ଦ ଭଉଁରୀର ଭିଡ଼ରେ

ଛନ୍ଦି ହୋଇ ଅଣନିଃଶ୍ଵାସୀ 

ହୋଇଯାଏ--

କେତେବେଳେ ମୋର ଦାରିଦ୍ର୍ୟତା

ପୁଣି କେତେବେଳେ ମୋ

ଜାତି ଶିରୋନାମା -

ମୋତେ ଦୁର୍ବଳ କରିଦିଏ

ଆଉ,

ମୁଁ ଚୁପ୍ ଚାପ ମୋର ପ୍ରେମିକ ପଣିଆକୁ

ନିଜ ଭିତରେ ବନ୍ଦ କରିଦିଏ

ଅବା,

ସମସ୍ତ କଳ୍ପନା ଜଳ୍ପନା ଆବେଗର

ସମାଧି ଟେ ରଚେ ।

 

 



Rate this content
Log in

Similar oriya poem from Tragedy