STORYMIRROR

sudarsan mahapatra

Tragedy

3  

sudarsan mahapatra

Tragedy

ସ୍ବର୍ଗଧାମ ପଥେ

ସ୍ବର୍ଗଧାମ ପଥେ

1 min
203


ସ୍ବର୍ଗଧାମ ପଥେ ଯାତ୍ରୀ ମୁଁ ଏକ୍ଷଣି ସବାନ୍ଧବ ସମାବେତ

କର୍ଣ୍ଣ ପଟଳରେ ଶୁଭେ ରହି ରହି ଛଳନାର ଶୋକ ଗୀତ,

ଦୁଃଖ ଦୁର୍ଦ୍ଦିନରେ ଯିଏ କେବେ ଥରେ ହୋଇନଥିଲେଟି ସାହା

ଏବେ ମୋ ଦୁଆରେ ଗୁଞ୍ଜରିତ ହୁଏ ଆବେଗର ସ୍ବର 'ଆହା' ।


ପାଦ ଟଳମଳ ବେଳେ ଯିଏ କେବେ ବଢେଇ ନଥିଲେ ହାତ

ଆଜି କିନ୍ତୁ କାନ୍ଧେ ବୋହି ନେବାପାଇଁ ବହୁ ଲୋକ ଉପସ୍ଥିତ,

ଦେଖି ପାଶେ ଠିଆ ଜ୍ଞାତି ପରିଜନ ମୃତ୍ୟୁ ପଥର ଯାତ୍ରୀ

ନାହିଁ ଅବସୋସ ଏ ଜୀବନେ ଆଉ ଲଭେ ମୁଁ ଦୁର୍ଲଭ ଶାନ୍ତି ।


ଆଶ୍ଵାସନା ପଦେ ଶୁଣି ମୁଁ ନଥିଲି କେବେ ଜୀବଦ୍ଦଶା କାଳେ

କେତେ ଯେ ପ୍ରଶସ୍ଥି କେତେ ଯଶକୀର୍ତ୍ତୀ ଶୁଭେ ବିଦାୟର ବେଳେ

ଦୁଇ ପାଦ ସାଥେ ଚାଲିବାକୁ କେବେ ପାଇ ନଥିଲି ମୁଁ ସାଥୀ

ଆଜି ଦେଖେ ମୋର ଶବାଧାର ସଙ୍ଗେ କେତେ ପାଦ ଚାଲୁଛନ୍ତି ।


ମାନ ଅଭିମାନ ଯେତେ ସ୍ବାଭିମାନ ଯାଇଛି ମୋ ଅପସରି

ଆଜି ଲାଗେ ମୋତେ ମୃତ୍ୟୁରେ ସତେ ସୁନ୍ଦରତା ଅଛି ଭରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy