Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Inspirational Others

3  

Bharatabandhu Biswal

Tragedy Inspirational Others

ହିତୋପଦେଶ

ହିତୋପଦେଶ

1 min
194


ବୁଦ୍ଧି ମାନ ଅତି ବୋଲାଅ ନିଜକୁ

ହେ ମଣିଷ ଶ୍ରେଷ୍ଠ ଜୀବ

ଖେଳୁଅଛ ତୁମେ ପ୍ରକୃତି ସହିତ

ଏ କଥା ତିଳେ ନ ହେଜ ।

ପ୍ରକୃତି ଉପରେ ବିଜୟ ଦୁରାଶା

ଦେଖାଅ ନାହିଁ ବଡିମା

ସହ ଅବସ୍ଥାନ କରିବାକୁ ଶିଖ

ବୃଦ୍ଧି କର ସବୁଜିମା ।

ସବୁଜ ସୁନ୍ଦର ରହିଲେ ପ୍ରକୃତି

ପ୍ରାଣୀକୁଳ ହେବେ ଖୁସି

ରହିବା ସମସ୍ତେ କୁଶଳ ଆନନ୍ଦେ

ଚଳୁଥିବା ମିଳିମିଶି ।

ବଡ଼ ହୋଇ ଯେବେ ଦେଖାଇବ ନାହିଁ

ସ୍ୱଭାବ ମହତ ପଣ

ହୋଇଯିବ ଛୋଟ ସମସ୍ତଙ୍କ ଠାରୁ

ନୀଚ୍ଚ କୁଳେ ହେବ ଗଣ୍ୟ ।

କୂପିତ ହୋଇବ ଜଳ ସ୍ଥଳ ବାୟୁ

ସ୍ଥାବର ଜଙ୍ଗମ ସର୍ବ

ହେବ ଅଣାୟତ୍ତ ପ୍ରକୃତି ବିଷାକ୍ତ

ପରିସ୍ଥିତି ଭୟାବହ ।

ଭୋଗିବ ଆପଣା କୁକର୍ମ ଫଳକୁ

ରୋଗ ଦୁଃଖ ଦୁର୍ବିପାକ

ଘୋଟିବ ଅକାଳ ଯୁଦ୍ଧ ହିଂସା ଦ୍ୱେଷ

ନ ଦିଶିବ ବୁଦ୍ଧି ବାଟ ।

ଭୁଲି ଭେଦଭାବ କ୍ରୃରତାକୁ ତେଜ

ହୁଅ ସର୍ବେ ଏକମନ

କୁଟୁମ୍ବ ପରାଏ ସାରା ବସୁଧାକୁ

ଆପଣାର ତୁମେ ମଣ ।

ହୋଇଣ ସତର୍କ ଅତି ସାବଧାନ

ଏଡାଅ ରୋଗ ବିପଦ

ଗୃହପାଳିତ ମୁଁ କହୁଛି ଦୃଢରେ

ବିଶ୍ୱାସେ ଟଳେ ପ୍ରମାଦ ।

  ----


Rate this content
Log in

Similar oriya poem from Tragedy