STORYMIRROR

Biswanath Nayak

Tragedy

3  

Biswanath Nayak

Tragedy

ନିରବ ଅଶ୍ରୁ

ନିରବ ଅଶ୍ରୁ

1 min
294


ଆଖିର ଲୁହକୁ ହାତ ପାଏ ବୋଲି

             ତାକୁ ସିନା ପୋଛି ହୁଏ। 

ଅନ୍ତରରୁ ଯେଉଁ ଲୁହ ଝରୁଥାଏ

             ତାକୁ ବା ପୋଛିବ କିଏ?


ଆଖିର ଲୁହଟି ବନ ଅଗ୍ନି ସମ

              ଦୁନିଆକୁ ଦେଖାଯାଏ। 

ଅନ୍ତରର ଲୁହ ମରମ ବେଦୀକୁ 

              ଗୋପନେ ଭିଜାଉଥାଏ। 


ଅନ୍ତର -ଲୁହର ନିରବ ଦଂଶନ

               ମନକୁ କ୍ଷତାକ୍ତ କରେ। 

ଦେଖି ହୁଏନାହିଁ ସେ ନିରବ ଅଶ୍ରୁ

               ମନେ ଝରି ମନେ ମରେ। 


ସେ ଲୁହ ନିଜର ଅତି ଆପଣାର

                କାହାକୁ କିଛି ନକୁହେ। 

ନିରବରେ ନିଜେ ନୀଳକଣ୍ଠ ସାଜି

                 ପିଇବାକୁ ତାକୁ ହୁଏ। 


ଆଖିରେ ଦିଶଇ ଉଦାସର ଛାୟା

               ଅନ୍ତରେ ଥିଲେ ସେ ଲୁହ। 

ମନ ଉପବନେ ରଚୁଥାଏ ବନ୍ୟା

                ହୃଦୟରେ ଭରି କୋହ। 


ଅନ୍ତର-ଲୁହର ଲହରୀ ମନକୁ

                ଆନ୍ଦୋଳିତ କରୁଥାଏ। 

ଅଧୀର ମନଟା ଥଳକୂଳ ପାଇଁ

                ରାହା ଟିକେ ଖୋଜୁଥାଏ। 


ମିଳିଯାଏ ଯଦି ଦରଦୀ ବନ୍ଧୁଟେ

                  ଅନ୍ତର ବୁଝିବା ପାଇଁ। 

ତା ସ୍ନେହ ପରଶେ ସେ ନିରବ ଅଶ୍ରୁ

                  ବହିଯାଏ କୂଳ ଡେଇଁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy