STORYMIRROR

Kananbala Das

Tragedy

3  

Kananbala Das

Tragedy

ଏଇତ ଜୀବନ

ଏଇତ ଜୀବନ

1 min
232


ସବୁ ଥାଇ କିଛି ନାହିଁ

    ଲାଗେ ଏକା ଏକା,

ମନ କଥା ମନେ ମରେ

    ସବୁ ଫିକା ଫିକା.........


ମନ ଅଛି ପ୍ରାଣ ଅଛି

    ହୃଦେ ଅଭିମାନ,

ବନ୍ଧୁ ଅଛି ଭାବ ଅଛି

     ନାହିଁ ସମର୍ପଣ.........


ତ୍ୟାଗ ଅଛି ନିଷ୍ଠା ଅଛି

     ବିଳପେ ଏ ମନ,

ମାନ ଅଛି ସମ୍ମାନ ବି

     ସବୁ ମୂଲ୍ୟହୀନ.........


ମୂଲ୍ୟବୋଧ ଜୀବନର

    ଲାଗେ ଅର୍ଥହୀନ,

ବଞ୍ଚିବା ବି  ଦୁର୍ବିସହ

    ନାହିଁ ତ ସ୍ପନ୍ଦନ........


ରୂପ ଅଛି ଗୁଣ ଅଛି

    ବ୍ୟର୍ଥତାରେ ପୂର୍ଣ୍ଣ,

ମଣିଷକୁ ଚିହ୍ନିବା ବି

    ଦୁଃସାଧ୍ୟ ସାଧନ.........


ଦୃଷ୍ଟି ଦୂରେ ଅନ୍ତରାଳେ

     ପ୍ରହେଳିକା ସ୍ତର,

ପ୍ରତାରଣା ଗୋପନରେ

     ଦିଏ ବାରମ୍ବାର.........


ନିରବରେ ଭାବ ଅଛି

    ପ୍ରକାଶ କରେନା

ମଧୁପର ମନକଥା

    ବୁଝିବି ହୁଏନା.........


ସମ୍ପର୍କର ବନ୍ଧନରେ

    ଛଳନାର ଚିହ୍ନ,

ଆଖି ଅଛି ସ୍ବପ୍ନ ଅଛି

    ଲୁହରେ ଆଚ୍ଛନ୍ନ...........


ଜହ୍ନ ଅଛି କଇଁ ଅଛି

    ନାହିଁ ଆଲୋଡନ,

ପ୍ରେମ ଅଛି ପ୍ରୀତି ଅଛି

    ନାହିଁ ଆକର୍ଷଣ.........


ଜୀବନରେ ସବୁ ଅଛି

    ବାସ୍ତବତା ଭିନ୍ନ,

ଅଭିନୟେ ବଞ୍ଚିଥାଏ

    ଏଇ ତ ଜୀବନ..........



.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy